ଲଗାଣ ବର୍ଷା ଯୋଗୁଁ ମହାନଦୀ ତଳି ଅଞ୍ଚଳରେ ବନ୍ୟା, ବଢ଼ୁଛି କୁମ୍ଭୀର ଆତଙ୍କ

ବୌଦ୍ଧ: ଉପର ମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ପରେ ଫଳରେ ମହାନଦୀ ଫୁଲିବାରେ ଲାଗିଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି । ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହୋଇ ମହାନଦୀ କୂଳରେ ଥିବା ଅନେକ ଗାଁ ଓ ତଳିଆ ଅଞ୍ଚଳରେ ଥିବା ଚାଷ ଜମିରେ ବନ୍ୟାଜଳ ପ୍ରବାହିତ ହେବା ସହିତ ପୁରୁଣା ଜଗନ୍ନା ଥ ସଡ଼କ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଫଳରେ ଉକ୍ତ ସଡକ ଉପରେ ନିର୍ଭରଶୀଳ ଲୋକେ ଏବେ ହନ୍ତସନ୍ତ ହେଉଛନ୍ତି । ଗତ ୩ ଦିନ ହେଲା ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହି ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି । ବୌଦ୍ଧଠାରୁ ଧଳପୁର ପର୍ଯ୍ୟନ୍ତ ଥିବା ପୁରୁଣା ଜଗନ୍ନା ଥ ସଡ଼କର କୃଷ୍ଣା ମୋହନପୁର ନିକଟସ୍ଥ ବଲାଟ ନାଳ ଉପରେ ୪ରୁ ୫ ଫୁଟ୍ ଉଚ୍ଚ ବନ୍ୟାଜଳ ପ୍ରବାହିତ ହେଉଥିବାରୁ
ଅନେକ ମହାନଦୀ କୂଳିଆ ଗାଁର ହଜାର ହଜାର ପରିବାର ଏହି ବନ୍ୟା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି । ସେପଟେ ବର୍ତ୍ତମାନ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଅନ୍ୟପଟେ କୁମ୍ଭୀର ଆତଙ୍କକୁ ନେଇ ବି ଚିନ୍ତା ବଢ଼ିବାରେ ଲାଗୁଛି । କୁମ୍ଭୀର ପ୍ରଜନନ କେନ୍ଦ୍ର ଟିକରପ ଟି ଡ଼ା ଅଞ୍ଚଳରୁ ବନ୍ୟାଜଳରେ ଉପରକୁ ଉଠିଆସି କୁମ୍ଭୀରଗୁଡିକୁ କରଡ଼ି, କୃଷ୍ଣ ମୋହନପୁର, ମର୍ଜାକୁଦ ନିକଟସ୍ଥ ମହାନଦୀ ଘାଟରେ ଦେଖିବାକୁ ମିଳିଛି । ଗତ କିଛି ଦିନରେ କେନ୍ଦ୍ରାପଡା ଓ ଯାଜପୁରରେ ମଣିଷଖିଆ କୁମ୍ଭୀର ଆତଙ୍କ ସୃଷ୍ଟି କରିଥିବାବଳେ ଏବେ ଉକ୍ତ ଅଞ୍ଚଳରେ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।