ଅଭିଷେକ ବାନାର୍ଜୀଙ୍କ ବାସଭବନରେ ସିଆଇଡି ଟିମ୍
ନବୀନ ଓଡିଶା ବ୍ଯୂର:ଆଦିଲ୍ଲୀ: ପଶ୍ଚିମବଙ୍ଗ ସିଆଇଡିର ଏକ ଟିମ୍ ଆଜି ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ବାସଭବନ ଯାଇଥିଲେ। ରାଜ୍ୟରେ ଏକ ନିର୍ବାଚନ ରାଲି ସମୟରେ ଅଭିଷେକ ଦେଇଥିବା ଏକ ଉତ୍ତେଜକ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଅନ୍ତର୍ଗତ ଏକ ନୋଟିସ୍ ଦେବାପାଇଁ ସିଆଇଡି ଟିମ୍ ଆଜି ଅପରାହ୍ନରେ ଅଭିଷେକ ବାନାର୍ଜୀଙ୍କ କାଳିଘାଟ ବାସଭବନରେ ପହଞ୍ଚିଥିଲେ।
ତେବେ ଏହି ସମୟରେ ଅଭିଷେକ ବାନାର୍ଜୀ ଘରେ ନଥିଲେ। ଅଭିଷେକଙ୍କ ପରିବାର ସଦସ୍ୟ ଏବଂ ଅଫିସ କର୍ମଚାରୀ ସିଆଇଡି ଅଫିସରଙ୍କୁ ଜଣାଇଥିଲେ ଯେ ସେ ପାର୍ଟି ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନକୁ ଏକ ବୈଠକ ପାଇଁ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଦସ୍ତଖତ ଜାଲିଆତି ମାମଲାରେ ସିଆଇଡି ମୁଖ୍ୟାଳୟରେ ଗତକାଲି ଅଭିଷେକ ଜେରା ପାଇଁ ହାଜର ହୋଇଥିବାବେଳେ ଆଜି ତାଙ୍କ ବାସଭବନରେ ଏକ ନୋଟିସ୍ ଦେବାପାଇଁ ସିଆଇଡି ଟିମ୍ ପହଞ୍ଚିଛନ୍ତି
ଟିଏମସିର ୨୮ ବର୍ଷର ଇତିହାସରେ ଏହା ସବୁଠାରୁ ବଡ଼ ସଙ୍କଟ ଭାବେ ଦେଖାଦେଇଛି। ଏହି ସଙ୍କଟଜନକ ସ୍ଥିତିରେ ସୋନିଆ ଗାନ୍ଧୀ ଏବେ ମମତା ବାନାର୍ଜୀଙ୍କୁ କଂଗ୍ରେସର ଜାତୀୟ ଉପାଧ୍ୟକ୍ଷ ଏବଂ ଅଭିଷେକ ବାନାର୍ଜୀଙ୍କୁ ସାଧାରଣ ସମ୍ପାଦକ ପଦ ଅଫର ଦେଇ ମିଶ୍ରଣ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ତେବେ ସବୁଠାରୁ ବଡ଼ ଚର୍ଚ୍ଚା ଅଭିଷେକ ବାନାର୍ଜୀଙ୍କୁ ନେଇ ଚାଲିଛି । ରାହୁଲ ଗାନ୍ଧୀଙ୍କ ସହ ହୋଇଥିବା ବୈଠକରେ ସେ କୁଆଡ଼େ କଂଗ୍ରେସ ସହ ମିଶ୍ରଣ ପାଇଁ ସର୍ତ୍ତ ରଖିଛନ୍ତି ଯେ, ମମତାଙ୍କୁ ରାଜ୍ୟସଭାକୁ ପଠାଯିବା ସହ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସ୍ଥାନରେ ‘ବିରୋଧୀ ଦଳ ନେତା’ ପଦ ଦିଆଯାଉ।
