ଆକ୍ରମଣ ପାଇଁ ଇରାନକୁ ଦାୟୀ କଲେ ଆମେରିକୀୟ ରାଷ୍ଟ୍ରପତି

Jun 12, 2026 - 21:51
 0
ଆକ୍ରମଣ ପାଇଁ ଇରାନକୁ ଦାୟୀ କଲେ ଆମେରିକୀୟ ରାଷ୍ଟ୍ରପତି

ନବୀନ ଓଡିଶା ବ୍ଯୂର:\ୱାସିଂଟନ: ଉପସାଗରୀୟ ଅଞ୍ଚଳରେ ଜାରି ରହିଥିବା ସାମରିକ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ବିଷୋଦଗାର କରିଛନ୍ତି। ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ତୀବ୍ର ସମାଲୋଚନା କରିବା ସହ ପ୍ରସ୍ତାବିତ ଶାନ୍ତି ଚୁକ୍ତିକୁ ନେଇ ଇରାନ ଭ୍ରମାତ୍ମକ ତଥ୍ୟ ସୃଷ୍ଟି କରୁଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।

ତେହେରାନ ଆଲୋଚନାର ନିୟମ ଉଲ୍ଲଂଘନ କରୁଥିବାରୁ ଏହା ବିଶ୍ୱ ଶକ୍ତି ବଜାର ଏବଂ ଜଳପଥର ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ଟ୍ରମ୍ପ କହିଛନ୍ତି, ଇରାନୀ ସେନା ପକ୍ଷରୁ ହିଁ ଭାରତୀୟ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଛନ୍ତି। ଏହାକୁ ସେ ସମ୍ପୂର୍ଣ୍ଣ ଅଗ୍ରହଣୀୟ କହିବା ସହ ଏଭଳି କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଇରାନକୁ ଚେତାବନୀ ଦେଇଛନ୍ତି। ଯଦି ଅନ୍ତର୍ଜାତୀୟ ବାଣିଜ୍ୟିକ ମାର୍ଗରେ ଏଭଳି ଉତ୍ତେଜନା ଜାରି ରହେ, ତେବେ ଆମେରିକା ନିଜର ଏବଂ ନିଜ ସହଯୋଗୀ ଦେଶଗୁଡ଼ିକର ସୁରକ୍ଷା ପାଇଁ ଅତି କଠୋର ସାମରିକ ପଦକ୍ଷେପ ଗ୍ରହଣ କରିବ ବୋଲି ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି।