ଟ୍ରାଫିକ୍ ଚାଲାଣ: ଜୋରିମାନାରେ ମିଳିବ ୫୦ ପ୍ରତିଶତ ଛାଡ଼
ନବୀନ ଓଡିଶା ବ୍ଯୂର:ଭୁବନେଶ୍ୱର: ବକେୟା ଇ-ଚାଲାଣ ଜରିମାନା ପାଇଁ ନୂଆ ଯୋଜନା। ମିଳିବ ୫୦ ପ୍ରତିଶତ ଛାଡ଼। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଆସନ୍ତା ୧୪ ତାରିଖରୁ ହେବାକୁ ଥିବା ୨୦୨୬ ମସିହାର ଜାତୀୟ ଲୋକ ଅଦାଲତରେ ନିୟମ ଉଲ୍ଲଂଘନକାରୀ ଜରିମାନର ୫୦ ପ୍ରତିଶତ ପୈଠ କରି ସମ୍ପୂର୍ଣ୍ଣ ଜମିମାନା ମୁକ୍ତ ହୋଇପାରିବେ। ଏଥି ପାଇଁ ଲୋକ ଅଦାଲତରେ ଥିବା ସ୍ବତନ୍ତ୍ର କାଉଣ୍ଟରରେ ଜରିମାନା ରାଶି ଜମା କରିପାରିବେ। ସାଧାରଣ ନିୟମ ଉଲ୍ଲଂଘନ ପାଇଁ ୫୦ ପ୍ରତିଶତ ଜରିମାନା ଆଦାୟ କରାଯିବ।
ବିନା ହେଲମେଟରେ ଗାଡ଼ି ଚଳାଇଲେ ୫୦୦ ଟଙ୍କା, ସିଟ୍ ବେଲ୍ଡ ନ ପିନ୍ଧିଲେ ୫୦୦ ଟଙ୍କା, ବୋମାଇଲ୍ ବ୍ୟବହାର କରି ଗାଡ଼ି ଚାଳନା ପାଇଁ ୧୦୦୦ ଟଙ୍କା, ଅତ୍ୟଧିକ ବେଗରେ ଗାଡ଼ି ଚଳାଇଲେ ୧୦୦୦ ଟଙ୍କା, ଅଧିକ ପରିବହନ ପାଇଁ ୫ ହଜାର ଟଙ୍କା, ନାଲିବତି ଉଲ୍ଲଂଘନ ପାଇଁ ୧୦୦୦ ଟଙ୍କା, ବିନା ପଞ୍ଜୀକରଣ ନମ୍ବର ପାଇଁ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।
ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଇ-ଚାଲାଣ କଟାଯାଇଛି। ଏହି ଚାଲାଣରୁ କେତେକ ମାମଲାରେ କୋର୍ଟରେ ପ୍ରସିକ୍ୟୁସନ୍ ରିପୋର୍ଟ ଦାଖଲ ହୋଇଥିବା ବେଳେ କେତେକ ମାମଲାରେ ଏପର୍ୟ୍ୟନ୍ତ ଦାଖଲ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ଏହାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
