ନୂଆପଡାରୁ ପ୍ରଥମ ଥର ଏମିତି ଟାର୍ଗେଟ କଲେ ନବୀନ!

Nov 7, 2025 - 22:21
 2
ନୂଆପଡାରୁ ପ୍ରଥମ ଥର ଏମିତି ଟାର୍ଗେଟ କଲେ ନବୀନ!

ନବୀନ ଓଡିଶା ବ୍ଯୂର:  ଭୁବନେଶ୍ୱର,୭।୧୧: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ପହଞ୍ଚିଛନ୍ତି। ନବୀନ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ ଖରିଆର୍‌ ରୋଡ ଏନଏସି ଅଞ୍ଚଳର ଦାଗା, ବିଜୁ ପଟ୍ଟନାୟକ ଏବଂ ଲକ୍ଷ୍ମଣିଆ ପେଟ୍ରୋଲ ପମ୍ପ ଛକ ଦେଇ ରୋଡ ଶୋ କରିଛନ୍ତି।

ଏହି ସମୟରେ ନୂଆପଡ଼ାରୁ ଭାଜପା ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି ନବୀନ। ପୁଣି ‘ବେଇମାନ’ କଥା ଉଠାଇ ଟାର୍ଗେଟ କରିଛନ୍ତି ନବୀନ। ସେ କହିଛନ୍ତି, ବର୍ତ୍ତମାନ ଭାଜପା ସରକାରରେ ୩୦୦ ୟୁନିଟ ମାଗଣା ବିଜୁଳି ଓ ୩୫୦୦ ଟଙ୍କାର ପେନସନ ମିଳିଲା କି? ଚାଷୀଙ୍କୁ ୟୁରିଆ ସାର ଓ ଯୁବବର୍ଗଙ୍କୁ ଚାକିରି ମିଳିଲା କି? ମିଶନ ଶକ୍ତି ମହିଳାଙ୍କୁ ଋଣ ମିଳିଲା କି? କଟନୀ ଛଟନୀ ବନ୍ଦ ହେଲା କି? ରଙ୍ଗ ମାରିଲେ ବିକାଶ ହୁଏନି, ରାଜ୍ୟବାସୀଙ୍କୁ କେବଳ ଡବଲ ଧୋକା ମିଳିଛି।

ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳିଲା। ଏମାନେ ମିଛି କହି ସରକାର କରିପାରନ୍ତି, ପ୍ରାର୍ଥୀ ବି ଚୋରି କରିପାରନ୍ତି। କିନ୍ତୁ ଭୋଟରଙ୍କ ହୃଦୟ କେବେ ବି ଜିତିପାରିବେ ନାହିଁ। ଆଜି ବି ଆପଣଙ୍କ ଆଖିରେ ଦୁଃଖ ଓ କ୍ରୋଧ ଦେଖିପାରୁଛି। ଆପଣଙ୍କ ସହ, ବିଜେଡି ଓ ମୋ ସହ କିପରି ବେଇମାନି କରାଗଲା ଭଲ ଭାବେ ଜାଣନ୍ତି ବୋଲି ନବୀନ କଡ଼ା ଟାର୍ଗେଟ କରିଛନ୍ତି।