ସୁନ୍ଦରଗଡ଼ରେ ଚାଲିଛି ଜିଏସଟି ଚଢ଼ଉ : ଟିକସ ଫାଙ୍କି ଅଭିଯୋଗ

ସୁନ୍ଦରଗଡ଼: ଟିକସ ଫାଙ୍କି ଅଭିଯୋଗରେ ସୁନ୍ଦରଗଡ଼ ସିଡିଏମଓ ଅଫିସ ସାମ୍ନା ଶ୍ୟାମ ଗାର୍ମେଣ୍ଟ ଓ ଶ୍ରୀରାମ ନଗର ସ୍ଥିତ ଶ୍ୟାମ କଲେକସନରେ ଜିଏସଟି ଚଢ଼ଉ। ସମ୍ବଲପୁରର ତିନିଟି ଟିମ୍ ଚଢ଼ଉରେ ସାମିଲ ଥିବା ସୂଚନା ରହିଛି। ସୁନ୍ଦରଗଡ଼ରେ ଅନେକ ବ୍ୟବସାୟୀ ଜିଏସଟି ଫାଙ୍କି ବ୍ୟବସାୟ କରୁଥିବା ଅଭିଯୋଗ ରହିଛି। ତାକୁ ଆଧାର କରି ଜିଏସଟି ଟିମ ବିଭିନ୍ନ ସମୟରେ ଚଢ଼ଉ କରି ଜରିମାନା କରୁଥିବାର ନଜିର ରହିଛି।
ମାତ୍ର କିଛି ମାସ ମଧ୍ୟରେ ସୁନ୍ଦରଗଡ଼ ସହରର ୪ଟି ବ୍ୟବସାୟୀଙ୍କ ଘରେ ଓ ଦୋକାନରେ ଚଢ଼ଉ ହୋଇଥିଲା। ଏପରିକି ଟିମ ୨ ଦିନ ତଳେ ସବଡ଼େଗାର ଏକ ଲୁହା, ସିମେଣ୍ଟ ଦୋକାନରେ ଚଢ଼ଉ କରିଥିଲେ। ଶ୍ୟାମ ଗର୍ମେଣ୍ଟସରେ ଚଢାଉ ଜାରି ରହିଥିବାରୁ କେତେ ଟିକସ ଫାଙ୍କି ହୋଇଛି ଜଣାପଡ଼ି ନାହିଁ। ସମ୍ବଲପୁର ଜିଏସଟି ଉପ ଆୟୁକ୍ତ ଟେକଚାନ୍ଦ ମେହେରଙ୍କ ନେତୃତ୍ବରେ ୩ଟି ଟିମ୍ ଚଢ଼ଉ ଜାରି ରଖିଛି।