କ୍ଷୁଧା ସୂଚୀରେ ଭାରତର ସ୍ଥାନ ୧୧୧

ନୂଆଦିଲ୍ଲୀ: ବିଶ୍ବ କ୍ଷୁଧା ସୂଚୀରେ ଭାରତ ୧୧୧ତମ ସ୍ଥାନରେ ରହିଛି। ଏହି ରିପୋର୍ଟକୁ କିନ୍ତୁ ସରକାର ଦୃଢ଼ ଭାବେ ଖଣ୍ଡନ କରିବା ସହ ତାହା ତ୍ରୁଟିଯୁକ୍ତ ବୋଲି କହିଛନ୍ତି। ଏହି ରିପୋର୍ଟ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ସରକାର ଜଣାଇଛନ୍ତି। ୨୦୨୨ରେ ଏହି ସୂଚୀରେ ଭାରତ ୧୦୭ତମ ସ୍ଥାନରେ ଥିଲା। ଚଳିତ ବର୍ଷ ସେଥିରେ ଅବନତି ଘଟିଛି। ଭାରତକୁ ଏଥର ୨୮.୭ ସ୍କୋର ମିଳିଛି। ଏହାର ଅର୍ଥ ହେଉଛି ଦେଶରେ ଗମ୍ଭୀର କ୍ଷୁଧା ସମସ୍ୟା ରହିଛି।
ଭାରତର ପଡ଼ୋଶୀ ଦେଶ ଯଥା ପାକିସ୍ତାନ (୧୦୨), ବାଲାଂଦେଶ (୮୧), ନେପାଳ (୬୯) ଓ ଶ୍ରୀଲଙ୍କା (୬୦) ଅପେକ୍ଷାକୃତ ଭଲ ସ୍ଥିତିରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ଦକ୍ଷିଣ ଏସିଆ ଓ ଆଫ୍ରିକାର ଦକ୍ଷିଣ ଭାଗରେ କ୍ଷୁଧା ସମସ୍ୟା ଉତ୍କଟ ରହିଛି। ଭାରତରେ ଅପପୁଷ୍ଟ ସମସ୍ୟା ଚିନ୍ତାଜନକ ସ୍ଥିତିରେ ଥିବା କୁହାଯାଇଛି। ଭାରତର ଶିଶୁ ୱେଷ୍ଟିଂ ହାର ୧୮.୭ ପ୍ରତିଶତ ରହିଛି। ଶିଶୁଙ୍କ ଉଚ୍ଚତା ଅନୁସାରେ ଓଜନ ବିଚାରକୁ ନେଇ ୱେଷ୍ଟିଂ ହାର ନିର୍ଧାରଣ କରାଯାଉଛି।