ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ

Nov 26, 2024 - 22:40
 3
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ

ନବୀନ ଓଡିଶା ବ୍ଯୂର: ମୁମ୍ବାଇ: ଆଜି ଶେଷ ହେଉଛି ମହାରାଷ୍ଟ୍ର ବିଧାନସଭା ଅଧିବେଶନ କାର୍ଯ୍ୟକାଳ। ଏଥିସହ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ । ସେ ଆଜି ରାଜଭାବନରେ ପହଞ୍ଚି ନିଜ ଇସ୍ତଫା ପତ୍ର ରାଜ୍ୟପାଳ ସି.ପି. ରାଧାକ୍ରୀଷ୍ଣଙ୍କୁ ପ୍ରଦାନ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ମହାୟୁତିକର ପ୍ରମୁଖ ନେତା ଦେବେନ୍ଦ୍ର ପଡନାବିସ୍ ଏବଂ ଅଜିତ୍ ପାଓ୍ବାର ରହିଥିଲେ ।

ହେଲେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନେଇ ଛିଡୁନି ଅଙ୍କ। ବିଜେପିର ଦେବେନ୍ଦ୍ର ଫଡନବିସ ହେବେ ନା ଶିବସେନାର ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ, ଏ ଯାଏଁ ଘୋଷଣା ହୋଇପାରିନି।