ଏଥର ପ୍ରବଳ ବର୍ଷିବ: ୭ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଗୁରୁବାର ବି ରାଜ୍ୟରେ ବର୍ଷା ହେବ । ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ୨୨ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।
ବୁଧବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଗୋପାଳପୁରରେ ୮୯ମିମି ବର୍ଷା ହୋଇଛି । ରାଉରକେଲାରେ ୫୩, ଚାନ୍ଦବାଲିରେ ୫୨ମିମି, ଛତ୍ରପୁରରେ ୪୪.୬, ସମ୍ବଲପୁରରେ ୩୧.୩, କୋରାପୁଟରେ ୩୧.୨, ଭବାନୀପାଟଣାରେ ୧୭, ଅନୁଗୁଳରେ ୧୮ମିମି ବର୍ଷା ହୋଇଛି ।
ଗତ ୨୪ ଘଣ୍ଟାରେ ଲଘୁଚାପ ଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । କୋରାପୁଟରେ ସର୍ବାଧିକ ୧୭୦ମିମି, ନନ୍ଦପୁରରେ ୧୪୦, ସେମିଳିଗୁଡ଼ାରେ ୧୦୦, ଜୟପୁରରେ ୧୦୦, କଳାହାଣ୍ଡି ନର୍ଲାରେ ୧୦୦, ଢେଙ୍କାନାଳ ଗନ୍ଦିଆରେ ୧୦୦, ଗଜପତି ନୂଆଗଡ଼ରେ ୯୦, କେସିଙ୍ଗାରେ ୯୦, ଟିଟିଲାଗଡ଼ରେ ୯୦, କାଶୀପୁରରେ ୮୦, ବଲାଙ୍ଗୀର ବଙ୍ଗମୁଣ୍ଡାରେ ୮୦, ଲମତାପୁଟରେ ୭୦, ଥୁ .ରାମପୁରରେ ୭୦ମିମି ବର୍ଷା ହୋଇଛି ।