ହମାସ୍‌କୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇଲା ଆମେରିକା

Oct 28, 2023 - 07:39
 4
ହମାସ୍‌କୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇଲା ଆମେରିକା

ଲଣ୍ଡନ: ଗାଜାର ହମାସ୍‌ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ଲାଗି ଆମେରିକା ଏହାର ଉଦ୍ୟମକୁ ଶୁକ୍ରବାର ଜୋର୍‌ଦାର କରିଛି। ଏହି ଗ୍ରୁପ୍‌ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ସଂଗଠନ ଉପରେ ଯୁକ୍ତରାଷ୍ଟ୍ର ଦ୍ୱିତୀୟ କଟକଣା ଲଗାଯାଇଛି। ଇସ୍ରାଏଲ୍‌ ଉପରେ ହମାସ୍‌ର ଆକ୍ରମଣ ଯୋଗୁ ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ହମାସ୍‌କୁ ଆର୍ଥିକ, ଲଜିଷ୍ଟିକାଲ ଓ ସାମରିକ ସହାୟତା ଯୋଗାଇବାରେ ଇରାନର ଭୂମିକା ରହିଥିବା ଆମେରିକା କହିଛି। ଇରାନରେ ଥିବା ହମାସ୍‌ ପ୍ରତିନିଧି ଏବଂ ଇରାନର ଇସ୍‌ଲାମିକ୍‌ ରିଭଲ୍ୟୁଶନାରି ଗାର୍ଡ ସଦସ୍ୟଙ୍କ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ଲଣ୍ଡନ ଗସ୍ତରେ ଥିବା ଆମେରିକା ଉପ ଅର୍ଥ ସଚିବ ଓ୍ବାଲି ଆଡେୟେମୋ ଏହି ଘୋଷଣା କରିଛନ୍ତି।