ଭାରତ ଛାଡ଼ିଲେ ୪୧କାନାଡା କୁଟନୈତିଜ୍ଞ

Oct 20, 2023 - 08:13
 6
ଭାରତ ଛାଡ଼ିଲେ ୪୧କାନାଡା କୁଟନୈତିଜ୍ଞ

ନୂଆଦିଲ୍ଲୀ: କାନାଡା- ଭାରତ ଜାରି ରହିଥିବା କୁଟନୈତିକ ବିବାଦ ମଧ୍ୟରେ ପାଖାପାଖି ୪୧ ଜଣ କାନାଡା କୁଟନୈତିଜ୍ଞକୁ ଭାରତରୁ ଫେରସ୍ତ ନିଆଯାଇଛି । ଏନେଇ ଗୁରୁବାର ଦିନ କାନାଡ଼ା ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ଘୋଷଣା କରିଛନ୍ତି । ତେବେ ୪୧ ଜଣ କାନାଡ଼ା କୁଟନୈତିଜ୍ଞ ଓ ସେମାନଙ୍କର ୪୨ ଜଣ ପରିବାର ଲୋକଙ୍କୁ କାନାଡ଼ା ଫେରସ୍ତ ନିଆଯାଇଛି । ୨ ଦେଶ ମଧ୍ୟରେ ଚାଲିଥିବା କୁଟନୈତିକ ତିକ୍ତତା ମଧ୍ୟରେ ଏଭଳି ନିଷ୍ପତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି ।କାନାଡ଼ାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତ-କାନାଡ଼ା ମଧ୍ୟରେ ବିବାଦ ଜାରି ରହିଛି । ଏହାମଧ୍ୟରେ ଭାରତରେ ଥିବା ୬୨ କାନାଡ଼ା କୁଟନୈତିଜ୍ଞ ମଧ୍ୟରୁ ୪୧ ଜଣଙ୍କୁ କାନାଡ଼ା ପ୍ରତ୍ୟାହାର କରାଯାଇଛି । ଏନେଇ ଗୁରୁବାର ଦିନ କାନାଡା ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ଘୋଷଣା କରିଛନ୍ତି । ୪୧ ଜଣ କାନାଡ଼ା କୁଟନୈତିଜ୍ଞ ଓ ସେମାନଙ୍କର ପରିବାର ଲୋକଙ୍କୁ କାନାଡା ଫେରସ୍ତ ନିଆଯାଇଛି । ହେଲେ ଏବେବି ୨୧ ଜଣ ନୂଆଦିଲ୍ଲୀରେ ରହିଛନ୍ତି । 
ଜୋଲି ଆଉ ମଧ୍ୟ କହିଛନ୍ତି, "ଦିଲ୍ଲୀରେ ଥିବା ୨୧ କାନାଡା କୁଟନୈତିଜ୍ଞ ଓ ତାଙ୍କ ପରିବାରକୁ ଛାଡି ଅନ୍ୟ କୁଟନୈତିଜ୍ଞମାନଙ୍କୁ ଭାରତ ପକ୍ଷରୁ ରାଜନୈତିକ ସୁବିଧାସୁଯୋଗ ଯୋଗାଇ ଦିଆଯିବ ନାହିଁ ପୂର୍ବରୁ ଭାରତ ଔପଚାରିକ ଭାବେ ଘୋଷଣା କରିଥିଲା । ଆମର କୁଟନୈତିଜ୍ଞମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତରୁ ସେମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି ।