ନାସା ମାଗିଥିଲା ଚନ୍ଦ୍ରଯାନ-୩ ଟେକ୍ନୋଲୋଜି

Oct 16, 2023 - 07:50
 4
ନାସା ମାଗିଥିଲା ଚନ୍ଦ୍ରଯାନ-୩ ଟେକ୍ନୋଲୋଜି

ଚନ୍ଦ୍ରଯାନ-୩ର ସଫଳତା ଭାରତର ଅଭିବୃଦ୍ଧିକୁ ଏକ ମାଇଲେଜ୍ ଦେଇଛି। ଏହି ସଫଳତାରେ ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟାକୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଛି ସାରା ବିଶ୍ୱ। ଆଉ ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ମଧ୍ୟ ଦ୍ୱିଗୁଣିତ ହୋଇଯାଇଛି। କାରଣ ବିଶ୍ୱ ସର୍ବ ଶ୍ରେଷ୍ଠ ମହାକାଶ ଅନୁସନ୍ଧାନ ସଂସ୍ଥା ନାସା ଇସ୍ରୋକୁ ସହାୟତା ମାଗିଛି।

ଆମେରିକାର ମହାକାଶ ଅନୁସନ୍ଧାନ ସଂସ୍ଥା ନାସା ଚନ୍ଦ୍ରଯାନ-୩ରେ ବ୍ୟବହୃତ ଯନ୍ତ୍ରପାତି ମାଗିଥିବା ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଚନ୍ଦ୍ରଯାନ-୩ ମିଶନ ପାଇଁ ମହାକାଶଯାନ ପ୍ରସ୍ତୁତ କରାଯାଉଥିଲା, ସେତେବେଳେ ଆମେରିକୀୟ ବିଶେଷଜ୍ଞମାନେ ଭାରତ ଏହି ଟେକ୍ନୋଲୋଜି ସମ୍ବନ୍ଧୀୟ ସୂଚନା ଆମେରିକା ସହ ଶେଆର୍ କରିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ।

ଅବଦୁଲ କଲାମ ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଏହି ଖୁଲାସା କରିଛନ୍ତି ସୋମନାଥ। ଗତକାଲି(ଅକ୍ଟୋବର ୧୫)ରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୯୨ତମ ଜନ୍ମ ବାର୍ଷିକୀ ଥିଲା। ଏହି ଅବସରରେ ଅବଦୁଲ କଲାମ ଫାଉଣ୍ଡସେନ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। କଲାମଙ୍କ ଜନ୍ମ ଜୟନ୍ତୀଙ୍କୁ ବିଶ୍ୱ ବିଦ୍ୟାର୍ଥୀ ଦିବସ ରୂପେ ମଧ୍ୟ ପାଳନ କରାଯାଏ।