ମାନହାନୀ ମାମଲାରେ ରାହୁଲଙ୍କୁ ପୁନେ କୋର୍ଟର ସମନ

Oct 4, 2024 - 22:54
 3
ମାନହାନୀ ମାମଲାରେ ରାହୁଲଙ୍କୁ ପୁନେ କୋର୍ଟର ସମନ

ନବୀନ ଓଡିଶା ବ୍ଯୂର: ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଅଡୁଆରେ ଛନ୍ଦିହୋଇଛନ୍ତି । ଏକ ମାନହାନୀ ମାମଲାରେ ପୁନେ କୋର୍ଟ ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ସମନ କରିଛନ୍ତି ।  ତାଙ୍କୁ ଅକ୍ଟୋବର ୨୩ରେ କୋର୍ଟରେ ହାଜର ହେବାକୁ ସମନରେ କୁହାଯାଇଛି । ପୁନେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ବୀର ସାବରକରଙ୍କ ନାତି ସାତ୍ୟକି ସାବରକରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ସମନ ଜାରି କରିଛନ୍ତି ।

ଅଭିଯୋଗ ହୋଇଛି ଯେ, ରାହୁଲ ଗାନ୍ଧୀ ୫ ମାର୍ଚ୍ଚ ୨୦୨୩ରେ ଲଣ୍ଡନରେ ସାବରକରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।ଏନେଇ ସାତ୍ୟକି ସାବରକର ଗତବର୍ଷ ଏପ୍ରିଲରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁନେର ମାଜିଷ୍ଟ୍ରେଟ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ । ଏହାର ଶୁଣାଣି କରି କୋର୍ଟ ଆଜି ରାହୁଲ ଗାନ୍ଧୀଙ୍କୁ ସମନ କରିଛନ୍ତି ।