ସୌର ମିଶନ :କାଉଣ୍ଟଡାଉନ ଆରମ୍ଭ

Sep 1, 2023 - 08:38
 1
ସୌର ମିଶନ :କାଉଣ୍ଟଡାଉନ ଆରମ୍ଭ

ହାଇଦ୍ରାବାଦ: ଭାରତ ମୁନ ମିଶନ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଏବେ ଇସ୍ରୋ ଆରମ୍ଭ କରିବାକୁ ଯାଉଛି ସୌର ମିଶନ । ଆସନ୍ତାକାଲି(ସେପ୍ଟେମ୍ବର ୨ ତାରିଖ) ପୂର୍ବାହ୍ନ ୧୧.୫୦ ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଇସ୍ରୋର ସୂର୍ୟ୍ୟ ମିଶନ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଏବେ ଠାରୁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଏନେଇ ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥ ପକ୍ଷରୁ ସୂଚନା ଦିଆଯାଇଛି ।
ପୃଥିବୀ ଏବଂ ସୂର୍ୟ୍ୟର ଦୂରତା ପ୍ରାୟ ୧୫ କୋଟି କିଲୋମିଟର ହୋଇଥିବା ବେଳେ ଆଦିତ୍ୟ ଏଲ-୧ ପୃଥିବୀ ଠାରୁ ୧୫ ଲକ୍ଷ କିମି ପର୍ୟ୍ୟନ୍ତ ପଠାଯିବ । ସୂର୍ୟ୍ୟକୁ ଏଲ-୧  କକ୍ଷପଥରୁ ସୂର୍ୟ୍ୟଙ୍କ ବାହ୍ୟସ୍ତର (କରୋନା) ଏବଂ କ୍ରୋମୋସଫିର୍ ଉପରେ ଅଧ୍ୟୟନ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ପୃଥିବୀ ଏବଂ ସୂର୍ୟ୍ୟ ମଧ୍ୟରେ ପାଞ୍ଚଟି ଲାଗ୍ରାଞ୍ଜିଆନ୍‌ ପଏଣ୍ଟ ଅଛି । ଏହା ଉପରେ କୌଣସି ମହାକାଶଯାନର ମାଧ୍ୟାକର୍ଷଣ ସେଣ୍ଟ୍ରିପେଟାଲ୍ ଶକ୍ତି ସହିତ ସମାନ ହୋଇଥାଏ । ଫଳରେ ଯେକୌଣସି ମହାକାଶ ଯାନ ଦୀର୍ଘ ସମୟ ଧରି ଏଠାରେ ଅଟକି ରହି ଗବେଷଣା କରିପାରିବ । ସୂର୍ୟ୍ୟ ମିଶନ ପାଇଁ ଏଲ-୧  ପଏଣ୍ଟ ସ୍ଥିର କରାଯାଇଛି । ଏହା ଭାରତର ପ୍ରଥମ ସୂର୍ୟ୍ୟ ମିଶନ ହୋଇଥିବା ବେଳେ ଏହା ଉପରେ ସମସ୍ତଙ୍କର ନଜର ରହିଛି ।