ପୂଜା ଭେଟି ଦେଲେ ନବୀନ: ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

Oct 20, 2023 - 08:01
 6
ପୂଜା ଭେଟି ଦେଲେ ନବୀନ:   ୪ ପ୍ରତିଶତ  ବଢିଲା  ମହଙ୍ଗା ଭତ୍ତା

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି । ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି ।  ରାଜ୍ୟ ସରକାର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ୪ ପ୍ରତିଶତ ବଢିବା ପରେ ମହଙ୍ଗା ଭତ୍ତା ୪୨ ପ୍ରତିଶତରୁ ୨୬ ପ୍ରତିଶତକୁ ବୃଦ୍ଧି ପାଇଛି ।  ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲାଭାବେ ଲାଗୁ ହେବ ।  ଏହା ଦ୍ୱାରା ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ । 

ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ ।