ଜୁଆ ରୋକିବାକୁ ନୂଆ ଆଇନ୍

Dec 2, 2025 - 22:14
 5
ଜୁଆ ରୋକିବାକୁ ନୂଆ ଆଇନ୍

ନବୀନ ଓଡିଶା ବ୍ଯୂର: ଭୁବନେଶ୍ୱର,୨।୧୨: ଜୁଆ ଖେଳକୁ ରୋକିବା ପାଇଁ ଓଡ଼ିଶା ବିଧାନସଭାରେ ‘ଓଡ଼ିଶା ଜନ ବିଶ୍ୱାସ ବିଲ୍ ୨୦୨୫’ ପାରିତ ହୋଇଛି। ଦୀର୍ଘ ସମୟ ଧରି ଆଲୋଚନା ପରେ ଏହି ବିଲ୍ ପାରିତ ହୋଇଥିବା ବେଳେ ଏଥିରେ ଜୁଆ ଖେଳି ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ବ୍ୟବସ୍ଥା କରାଯାଇଛି।

ନୂଆ ଆଇନରେ ପୂର୍ବରୁ ଥିବା ଜରିମାନା ରାଶିକୁ ବହୁଗୁଣିତ କରାଯାଇଛି। ପୂର୍ବରୁ ଥିବା ଶହେ ଟଙ୍କା ଜରିମାନାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଥିବା ହଜାରେ ଟଙ୍କା ଜରିମାନାକୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବିଲ୍‌ରେ ୯ଟି ବିଭାଗର ୧୬ଟି ମୂଳ ରାଜ୍ୟ ଆଇନ୍‌ରେ ସଂଶୋଧନ କରାଯାଇଛି।

ସର୍ବସାଧାରଣ ସ୍ଥାନରେ କଟକଣା ଲଗାଯାଇଛି। ଯପରିକି ବଜାର, ମେଳା, କିମ୍ବା ରାସ୍ତାରେ ଜୁଆ ଖେଳକୁ ଆଦୌ ବରଦାସ୍ତ କରାଯିବ ନାହିଁ। ପଶୁ ପକ୍ଷୀ ଲଢ଼େଇ କରାଉଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ପଡ଼ିବ। ଅଭିଯୁକ୍ତଙ୍କୁ ସରକାରୀ ଅଧିକାରୀ ସିଧାସଳଖ ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ହାଜର କରିପାରିବେ।