ବଦଳିଲେ ବିଜେଡିର ସମ୍ବଲପୁର ଓ ମାଲକାନଗିରି ଜିଲ୍ଲା ସଭାପତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ କ୍ଷମତା ହାସଲ କରିବା ପାଇଁ ରଣକୌଶଳ ପ୍ରସ୍ତୁତିରେ ଲାଗିଥିବା ବେଳେ ଶାସକ ବିଜୁ ଜନତା ଦଳ ଭିତରେ ଦିନକୁ ଦିନ ଅଭ୍ୟନ୍ତରିଣ ସମସ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲା ସଂଗଠନରେ ବଢ଼ୁଥିବା ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ପାଇଁ ବିଜେଡି ଆଜି ସମ୍ବଲପୁର ଓ ମାଲକାନଗିରି ଜିଲ୍ଲା ଦଳୀୟ ସଭାପତିଙ୍କୁ ପରିବର୍ତ୍ତନ କରିଛି । ଗତ ଜୁନ ମାସରେ ମନ୍ତ୍ରୀ ପଦରୁ ବିଦା ହୋଇଥିବା ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି । ୨୦୨୦ ମସିହାରୁ ସମ୍ବଲପୁରର ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିବା ସିଦ୍ଧାର୍ଥ ଦାସଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ପୂର୍ବତନ ବିଧାୟକ ମାନସ ମାଡ଼କାମୀଙ୍କୁ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି ।