ଉଦିତ ପ୍ରଧାନ ଗିରଫ ମାମଲାରେ ତଥ୍ୟ ଖୋଜିବ କମିଟି

Jul 21, 2025 - 18:25
 1
ଉଦିତ ପ୍ରଧାନ ଗିରଫ ମାମଲାରେ ତଥ୍ୟ ଖୋଜିବ କମିଟି
ଉଦିତ ପ୍ରଧାନ ଗିରଫ ମାମଲାରେ ତଥ୍ୟ ଖୋଜିବ କମିଟି

ଉଦିତ ପ୍ରଧାନ ଗିରଫ ମାମଲାରେ ତଥ୍ୟ ଖୋଜିବ କମିଟି । ୬ ଜଣିଆ ତଥ୍ୟ ଅନୁଧ୍ୟାନ କମିଟି ଗଢ଼ିଲା କଂଗ୍ରେସ । ପିସିସି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟି ଗଠନ କରାଯାଇଛି । ଖୁବ୍‌ଶୀଘ୍ର  ପୀଡିତାଙ୍କୁ ଭେଟି ଆଲୋଚନା କରିବ ଟିମ୍‌ । ଦୁଷ୍କର୍ମ ଅଭିଯୋଗ ପରେ  ଗିରଫ ହୋଇଛନ୍ତି ଉଦିତ ପ୍ରଧାନ । ଦୁଷ୍କର୍ମ ଅଭିଯୋଗରେ  ଗିରଫ ପରେ  ଦଳ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା  ।  ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍‌ଙ୍କୁ ନିଲମ୍ବନ କରାଯାଇଥିଲା । ଏହି ନିଲମ୍ବନ କରିଥିଲେ ଜାତୀୟ ଯୁବ କଂଗ୍ରେସ ସଭାପତି । ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ।  ନିଲମ୍ବନ ପରେ କମିଟି ଗଠନ କରାଯାଇଛି  ।