୯ ମାସରେ ୧୪୬ ବାଘ ମୃତ , ଭାଙ୍ଗିଲା ୧୧ ବର୍ଷର ରେକର୍ଡ : ‘ଏନ୍‌ଟିସିଏ

146 Tiger Death NTCA Report 2023

Sep 30, 2023 - 03:50
 5
୯ ମାସରେ ୧୪୬ ବାଘ ମୃତ , ଭାଙ୍ଗିଲା ୧୧ ବର୍ଷର ରେକର୍ଡ : ‘ଏନ୍‌ଟିସିଏ

ପୁଣେ: ପୂରିନି ବର୍ଷ କିନ୍ତୁ ବାଘ ମୃତ୍ୟୁ ସଂଖ୍ୟାଗଣନା ଅନୁସାରେ ଏହି ବର୍ଷ ମୃ୍‌ତ୍ୟୁବରଣ କରିଥିବା ବାଘମାନଙ୍କର ସଂଖ୍ୟା ଗତ ୧୧ ବର୍ଷର ରେକର୍ଡ ଭାଙ୍ଗିଲାଣି । ୯ ମାସରେ ୧୪୬ ବାଘ ମୃତ୍ୟୁମୁଖରେ ପଡିଲେଣି । ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି ବୋଲି ‘ନ୍ୟାସ୍‌ନାଲ୍‌ ଟାଇଗର୍‌ କଞ୍ଜର୍‌ଭେସନ୍‌ ଅଥରିଟି’ ପକ୍ଷରୁ ସୂଚନା ମିଳିଛି । ୨୦୧୨ ପରଠାରୁ ଚଳିତ ବର୍ଷର ବାଘ ମୃତ୍ୟୁସଂଖ୍ୟା ସର୍ବାଧିକ ବୋଲି ମଧ୍ୟ ଉକ୍ତ ତଥ୍ୟାବଳି ବା ଡାଟାରେ ଉଲ୍ଲେଖ ଅଛି ।
ଚଳିତବର୍ଷ ସର୍ବାଧକ ବାଘ ମୃତ୍ୟୁ ଘଟିଥିବା ରାଜ୍ୟ ହେଉଛି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର । ମଧ୍ୟପ୍ରଦେଶରେ ୩୪ଟି ବାଘ ମରିଥିବା ବେଳେ ମହାରାଷ୍ଟ୍ରରେ ୩୨ଟି ବାଘ ମରିଛନ୍ତି । ମୃତ ବାଘଙ୍କ ମଧ୍ୟରୁ ୨୪ଜଣ ହେଉଛନ୍ତି ଶାବକ ବା ଛୁଆ । ସେହିପରି, ଉତ୍ତରାଖଣ୍ଡରେ ୧୭ଟି, ଆସାମରେ ୧୧ଟି, କର୍ଣ୍ଣାଟକରେ ୯ଟି ଓ ରାଜସ୍ଥାନରେ ୫ଟି ବାଘଙ୍କର ମୃତ୍ୟୁ ଘଟିଛି ।  ଏହାଛଡା, ଦେଶରେ ଥିବା ବିଭିନ୍ନ ବ୍ୟାଘ୍ର ସଂରକ୍ଷଣରେ ୭୦ଟି ବାଘ ମରିଥିବା ସୂଚନା ମଧ୍ୟ ଉକ୍ତ  ରିପୋର୍ଟରେ ଉଲ୍ଲେଖ କରାଯାଇଛି । କର୍ଣ୍ଣାଟକ ‘ଷ୍ଟେଟ୍‌ ବୋର୍ଡ ଫର୍‌ ୱାଇଲ୍‌ଡ୍‌ ଲାଇଫ୍‌’ ର ପୂର୍ବତନ ସଦସ୍ୟ ତଥା ‘ୟୁନାଇଟେଡ୍‌ କଞ୍ଜର୍‌ଭେସନ୍‌ ମୋଭ୍‌ମେଣ୍ଟ୍‌’ର ଟ୍ରଷ୍ଟ୍ରି ଜୋସେଫ୍‌ ହୁଭର୍‌ କହିଛନ୍ତି, ଚଳିତ ବର୍ଷ ବାଘ ଶିକାର ବୃଦ୍ଧି ପାଇଛି, ଛାଲ ଓ ପଞ୍ଝା ପାଇଁ ବାଘମାନଙ୍କୁ ବିଷ ଦେଇ ମରାଯାଉଥିବା କଥା ପୁଲିସ ରିପୋର୍ଟରୁ ଜଣାପଡୁଛି ବୋଲି କହି ଶ୍ରୀ ହୁଭର ଚିନ୍ତା ପ୍ରକଟ କରିଛନ୍ତି ।