ଝାରସୁଗୁଡ଼ାରେ ୫-ଟି ସଚିବଙ୍କୁ ବିରୋଧ

ଭୁବନେଶ୍ୱର: ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଥିବା ଫାଇଭ୍-ଟି ସଚିବଙ୍କୁ ବିରୋଧ । ବ୍ରଜରାଜନଗର ଏବଂ ଝାରସୁଗୁଡ଼ାରେ ବିରୋଧ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ଗୋ-ବ୍ୟାକ୍ ନାରା ଦେଇ ବିଜେପି ନେତା ଓ କର୍ମୀମାନେ ବିରୋଧ କରିଛନ୍ତି । ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଝାରସୁଗୁଡ଼ାରେ ବିରୋଧ କରାଯାଇଛି । ଆଜି ଦିନିକିଆ ଗସ୍ତରେ ଯାଇ, ଫାଇଭ-ଟି ସଚିବ ଏକାଧିକ ବିକାଶମୁଳର କାର୍ୟ୍ୟର ଅନୁଧ୍ୟାନ କରିବାର କାର୍ୟ୍ୟକ୍ରମ ରହିଛି । ଠିକ୍ ଏହି ସମୟରେ ପ୍ରତିବାଦ କରାଯାଇଛି ।
ବ୍ରଜରାଜନଗର ସ୍ଥିତ ଚଣ୍ଡିମନ୍ଦିର ଯାଇ ମା ରାମଚଣ୍ଡୀ ଙ୍କ ଦର୍ଶନ କରିବା ପରେ ମନ୍ଦିରର ବିକାଶ ସଂପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ।
ଏହାପରେ ବିଜାପାଲିଠାରେ ଏକ ଜନ ଶୁଣାଣି କାର୍ୟ୍ୟକ୍ରମ ରେ ଯୋଗଦେବେ। ଆଇତାପାଲି ଠାରେ ମଧ୍ୟ ଏକ ଜନଶୁଣାଣିରେ ଯୋଗଦେଇ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବେ। ଶେଷରେ ଝାରସୁଗୁଡା ପହଂଚି ଅମଲିପାଲି ପଡ଼ିଆରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କବେ। ୫-ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନର ସ୍ଵତନ୍ତ୍ର ଟିମ ସଜାଗ ରହିଛି।