୧୧.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନ । ତେବେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ସାଢେ ୧୧ ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।
ସୂଚନାଥାଉକି, ଅଧିବେଶନରେ ଆଜି ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ସଂସଦୀୟ ବ୍ୟାପାର ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଆଲୋଚନା କାର୍ୟ୍ୟକ୍ରମ ଥିଲା । ତେବେ ପ୍ରଶ୍ନକାଳରେ ପ୍ରବଳ ହଙ୍ଗାମା କରିଥିଲେ ବିରୋଧୀ । ଏମିତିକି ବାଚସ୍ପତିଙ୍କ ପୋଡିୟମ ତଳେ ବସି ନାରାବାଜି କରିଥିଲେ ବିରୋଧୀ । ଫଳରେ ଗୃହରେ ପରିସ୍ଥିତି ଏମିତି ହୋଇଥିଲା ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ । ୧୧.୩୦ ପରେ ଗୃହକାର୍ୟ୍ୟ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।
ଏହାପରେ ବିଧାନସଭା ସରଗରମ ହେବ । ଖୁବ କମ୍ ସମୟ ବିଧାନସଭା ବସୁଥିବା ବେଳେ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବେ ।