ବଦଳିବେ ରାଜ୍ୟ କଂଗ୍ରେସ ପ୍ରଭାରୀ !

Sep 25, 2023 - 05:32
 5
ବଦଳିବେ ରାଜ୍ୟ କଂଗ୍ରେସ ପ୍ରଭାରୀ !

ଭୁବନେଶ୍ୱର: ସୋମବାର ରାଜ୍ୟ କଂଗ୍ରେସ ଆରମ୍ଭ କରିବ ‘ଘରେ ଘରେ କଂଗ୍ରେସ’ ଅଭିଯାନ । ଯାହା ଅକ୍ଟୋବର ୧୫ ଯାଏ ଚାଲିବ । ହେଲେ ଏହି ସମୟ ମଧ୍ୟରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା କଂଗ୍ରେସ ପ୍ରଭାରୀ ଥିବା ଡ.ଏ ଚେଲାକୁମାରଙ୍କୁ ପରିବର୍ତ୍ତନ କରି ନୂଆ ନେତାଙ୍କୁ ଦାୟିତ୍ୱ ଦିଆଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । ଚେଲାକୁମାର ତାମିଲନାଡ଼ୁର କ୍ରିଷ୍ଣାଗିରି ସଂସଦୀୟ କ୍ଷେତ୍ରର ସାଂସଦ । ପୁଣି ସେ ନିର୍ବାଚନ ଲଢି ଜିତିବା ଆଶାରେ ପ୍ରଭାରୀ ଦାୟିତ୍ୱ ଛାଡିବାକୁ ନିଜ ଆଡୁ ଚାହୁଁଥିବା କିଛି କଂଗ୍ରେସ ନେତା କହିଛନ୍ତି ।

 ଅପରପକ୍ଷେ ବହୁ ରାଜ୍ୟରେ କଂଗ୍ରେସ ପ୍ରଭାରୀ ବଦଳିଥିବାରୁ ଓଡ଼ିଶାରେ ମଧ୍ୟ ବଦଳିବ ବୋଲି ଯୁକ୍ତି ବାଢିଛନ୍ତି । ତେବେ ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ କଂଗ୍ରେସ ପ୍ରଭାରୀ ଶୀଘ୍ର ବଦଳିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଏ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି ।