ନୂଆଁଖାଇ ପର୍ବରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Sep 20, 2023 - 06:10
 2
ନୂଆଁଖାଇ ପର୍ବରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାବର ସମର୍ପଣର ତିହାର ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା । ରାଗ ରୁଷା ଭୁଲି ଏକାତର ପର୍ବ ପାଳୁଛନ୍ତି ପଶ୍ଚିମ ଓଡିଶାବାସୀ । ଚାଷ ଚାଷୀ ଓ ପ୍ରକୃତିର ପର୍ବ ନୂଆଁଖାଇ । ଏ ନେଇ ଉଠୁଛି ପଡୁଛି ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, '' କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ମା' ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ।''