Nuapada କାହିଁକି ହେଲା ବିଜେଡିର ବିପର୍ଯ୍ୟୟ :୧୦ ପ୍ରମୁଖ କାରଣ

Nov 14, 2025 - 22:58
 3
Nuapada କାହିଁକି ହେଲା ବିଜେଡିର ବିପର୍ଯ୍ୟୟ :୧୦ ପ୍ରମୁଖ କାରଣ

ନୂଆପଡ଼ା ଉପନିର୍ବାଚନରେ ବିଜେପିର ଏକପାଖିଆ ବିଜୟ ସହ କଂଗ୍ରେସର କଡ଼ା ଟକ୍କର ବିଜେଡିକୁ ତୃତୀୟ ସ୍ଥାନକୁ ଠେଲି ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଓ ନବୀନ ନିବାସର ଛାୟା ନେତୃତ୍ୱ, ତୀବ୍ର ଗୋଷ୍ଠୀକନ୍ଦଳ ଓ ଉତ୍ତରାଧିକାରୀ ପାଇଁ ଛକାପଞ୍ଝା ମଧ୍ୟରେ ନୂଆପଡ଼ାବାସୀଙ୍କ ଜନାଦେଶ ସିଧାସଳଖ ଦଳର ନେତୃତ୍ୱ, ରଣନୀତି ଓ ଭବିଷ୍ୟତ ଉପରେ ଜନମତ ସଂଗ୍ରହ ସଦୃଶ ଥିଲା । ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ସଂଗଠନ ଉପରେ ଏକାଧିପତ୍ୟ ଓ ନିୟନ୍ତ୍ରଣ ଏବଂ ଦଳରେ ଆତ୍ମସମୀକ୍ଷାର ଅଭାବ ଯୋଗୁ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ଯାହାକି ବିଜେଡିକୁ ପତନାଭିମୁଖୀ କରାଇଛି । ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ପ୍ରତିଷ୍ଠା, ବିଚାରଗତ ମୂଲ୍ୟବୋଧରେ ସ୍ପଷ୍ଟତା ଆଣିବା ଏବଂ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାର ପ୍ରୟାସ ନହେବା ପର୍ଯ୍ୟନ୍ତ ଦଳର ପତନ ଜାରି ରହିବ । ନୂଆପଡ଼ାର ଜନାଦେଶ ଏହି ସନ୍ଦେଶ ଅତ୍ୟନ୍ତ ସ୍ପଷ୍ଟ ଭାବେ ଦେଇଛି । 

ବିଜେଡି ବିପର୍ଯ୍ୟୟର ୧୦ ପ୍ରମୁଖ କାରଣ


ବିଜେଡିର ଦିବଂଗତ ବିଧାୟକ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୮୩୭୪୮ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮୪୦୮ ଖଣ୍ଡ ଭୋଟ୍ ପାଇଁ ନୂଆପଡ଼ା ଉପନିର୍ବାଚନରେ ତୃତୀୟ ସ୍ଥାନରେ ରହିଛନ୍ତି । କଡ଼ା ଟକ୍କର ଦେଇ ବିଜେଡିକୁ କଂଗ୍ରେସ ଦ୍ୱତୀୟ ସ୍ଥାନକୁ ଛଡ଼ାଇ ନେଇଛି । ଏହି ( Nuapada) ଉପନିର୍ବାଚନର ଜନାଦେଶ ବିଜେଡି ପାଇଁ ସର୍ବାଧିକ ଗୁରୁତ୍ୱ ବହନ କରୁଛି ।  ତେବେ ୨୦୨୪ ସାଧାରଣ ନିର୍ବାଚନ ପରେ ନୂଆପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ଦଳର ଆଗଧାଡ଼ିର ନେତାମାନେ ଦିନରାତି ଏକ କରିଥିଲେ ମଧ୍ୟ କାହିଁକି ତୃତୀୟ ସ୍ଥାନରେ ରହିଲା, ତା’ର ୧୦ଟି ପ୍ରମୁଖ କାରଣ?

୧- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ(BJD Naveen Patnaik)ର ଆକର୍ଷଣ କମିଛି । କ୍ଷମତା ହରାଇବା ପରେ ବିରୋଧୀ ନେତା ଭାବରେ ନବୀନଙ୍କର ପ୍ରାସଙ୍ଗିକତା ଓ ଆକର୍ଷଣ ରାଜ୍ୟବାସୀଙ୍କୁ ବିଜେଡି ସହ ବାନ୍ଧି ରଖିବାରେ ସକ୍ଷମ ହୋଇପାରିନି । ନବୀନ ‘ବିଜେଡିର ବ୍ରାଣ୍ଡ’ ଓ ନିର୍ବାଚନୀ ସଫଳତାର ମୁଖ୍ୟ ଆୟୁଧ ବୋଲି ଥିବା ଦଳୀୟ ନେତାଙ୍କ ଦମ୍ଭ ଭାଙ୍ଗିଛି ।  ସାଂଗଠନିକ ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଅନ୍ୟ ଉପରେ ମାତ୍ରାଧିକ ନିର୍ଭରଶୀଳତା ଓ ୨୦୨୪ ନିର୍ବାଚନ ବିପର୍ଯ୍ୟୟର ମୁଖ୍ୟ ପାଣ୍ଡିଆନଙ୍କୁ ନିଜଠୁ ନଦୂରେଇବା ଦଳକୁ ମହଙ୍ଗା ପଡ଼ିଛି । ପାଣ୍ଡିଆନ ନହଟିବା ପର୍ଯ୍ୟନ୍ତ ଲୋକଙ୍କ ଭରସା ଜିତିବାରେ ବିଜେଡି ସକ୍ଷମ ହେବନି, ତାହା ପ୍ରମାଣିତ ହୋଇଛି ।