ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ହାଇକୋର୍ଟର ମୁଖ୍ୟ ବିଚାରପତି 

Odisha high court Chief Justice

Sep 30, 2023 - 03:55
Sep 30, 2023 - 04:20
 5
ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ହାଇକୋର୍ଟର ମୁଖ୍ୟ ବିଚାରପତି 

କଟକ: ହାଇକୋର୍ଟର ବରିଷ୍ଠତମ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ୨୦୨୩, ଅକ୍ଟୋବର ୪ ତାରିଖରୁ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅକ୍ଟୋବର ୩ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ତାଙ୍କ ପରେ ହାଇକୋର୍ଟର ବରିଷ୍ଠତମ ବିଚାରପତି ଡକ୍ଟର ଜଷ୍ଟିସ ଷଡଙ୍ଗୀ ମୁଖ୍ୟ ବିଚାରପତିଙ୍କ ଦାୟିତ୍ୱ ସଂପାଦନ କରିବେ । ଆଜି ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡ ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡଙ୍ଗୀ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଅଧୀନ ପାନ୍ତିଖରିଶାସନରେ ୧୯୬୨ ମସିହା ଜୁଲାଇ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ସ୍ୱର୍ଗତ ବାଞ୍ଚାନିଧି ଷଡଙ୍ଗୀ ଓଡିଶା ଅର୍ଥନୈତିକ ସେବା (ଓଏଫ୍‌ଏସ୍‌) ତଥା ଆର୍ଥନୈତିକ ଉପଦେଷ୍ଟା ଥିଲେ । ତାଙ୍କର ମା’ ସ୍ୱର୍ଗତା ଶୈଳବାଳା ଷଡଙ୍ଗୀ ଗୃହିଣୀ ଥିଲେ । ଓଡିଶା ହାଇକୋର୍ଟର ଆଇନଜୀବୀ ନିରୁପମା ଷଡଙ୍ଗୀଙ୍କୁ ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡଙ୍ଗୀ ବିବାହ କରିଥିଲେ । ଜଷ୍ଟିସ ଷଡଙ୍ଗୀ ମାଟ୍ରିକ ଉତ୍ତୀର୍ଣ୍ଣ ପରେ ବିଜେବି କଲେଜରୁ ବାଣିଜ୍ୟରେ ସ୍ନାତକରେ ପାସ୍‌ କରିଥିଲେ । ଏହା ପରେ ସେ କଟକସ୍ଥିତ ତତ୍‌କାଳୀନ ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟରୁ ଏଲଏଲ୍‌ବି ଓ ଏଲଏଲଏମ୍‌ ପାଠ ପଢ଼ିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିଲେ । ୧୯୮୫ରେ ସେ ବାର୍‌ ଆସୋସିଏସନରେ ଯୋଗଦେଇ ନିୟମିତ ଭାବେ ଓଡିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅଭ୍ୟାସ କରୁଥିଲେ ।