ଆସନ୍ତା କାଲି ରାଜ୍ୟର ସବୁ ସ୍କୁଲ ବନ୍ଦ

ଭୁବନେଶ୍ଵର: ମହାଳୟା ପାଇଁ ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି । ଛୁଟି ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟିକୁ ନେଇ ଗଣଶିକ୍ଷା ବିଭାଗର ନୋଟିସ୍ ଜାରି ହୋଇଛି। ଚଳିତ ବର୍ଷ ଦୁଇଟି ରବିବାରକୁ ମିଶାଇ ଆଠଟି ଛୁଟି ହେବ । ଏହାଛଡା ଅକ୍ଟୋବର 20 ରୁ 29 ତାରିଖ ଯାଏଁ ହେବ ଦଶହରା ଛୁଟି ।