ICUରୁ ବାହାରିଲେ ଅଭିଜିତ

Sep 25, 2025 - 22:19
 5
ICUରୁ ବାହାରିଲେ ଅଭିଜିତ

ନବୀନ ଓଡିଶା ବ୍ଯୂର: ୨୧ ଦିନ ତଳେ ଅର୍ଥାତ୍ ସେପ୍ଟେମ୍ବର ୪ ତାରିଖରେ ଓଡ଼ିଆ ସଂଗୀତ ଜଗତରେ ମେଲୋଡି କିଙ୍ଗ ଭାବେ ପରିଚିତ ଅଭିଜିତ ମଜୁମଦାର କୋମାକୁ ଚାଲିଯାଇଥିଲେ। ସେତେବେଳେ ଭୁବନେଶ୍ୱର ଏମ୍ସ ପକ୍ଷରୁ ଜାରି ମେଡିକାଲ୍‌ ବୁଲେଟିନ୍‌ରେ ଏକଥା କୁହାଯାଇଥିଲା।

ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିବା ଅଭିଜିତଙ୍କୁ ଆଜି ସକାଳେ ଆଇସିୟୁର ବାହାର କରାଯାଇଛି। ତାଙ୍କୁ ମେଡିସିନ ୱାର୍ଡରେ ରଖାଯାଇଛି। ତାଙ୍କର ଲିଭର ସଞ୍ଚାଳନ ଠିକ ରହିଛି ବୋଲି ସୂଚନା ମିଳିଛି।