କଦଳୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ

Sep 4, 2023 - 13:12
 8
କଦଳୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ

କଦଳୀ ସ୍ୱାସ୍ଥ୍ୟ ପାଇଁ ଖୁବ ପୁଷ୍ଟିକର ଓ ଉପକାରୀ। ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ମାତ୍ର କଦଳୀ ସେବନ କରିବାର ସଠିକ୍‌‌ ସମୟ ରହିଛି। କିଛି ଲୋକେ ସନ୍ଧ୍ୟାରେ, ତ କିଛି ରାତିରେ କଦଳୀ ଖାଇ ଥାଆନ୍ତି। ଜଳଖିଆରେ କଦଳୀ ସେବନ କରିପାରିବେ। ମାତ୍ର ଜଳଖିଆରେ କେବଳ କଦଳୀ ସେବନ କରନ୍ତୁ ନାହିଁ। ଜଳଖିଆରେ ଅନ୍ୟ ଖାଦ୍ୟ ଖାଇବା ସମୟରେ କିମ୍ବା ଜଳଖିଆ ଖାଇବା ପରେ କଦଳୀ ସେବନ କରନ୍ତୁ।

ଜଳଖିଆରେ କେବଳ କଦଳୀ ଖାଇବା ଉଚିତ୍‌‌ ନୁହେଁ। କଦଳୀରେ କାର୍ବୋହାଇଡ୍ରେଟ ଓ ପ୍ରାକୃତିକ ଭାବେ ଶର୍କରା ଭରପୁର ମାତ୍ରାରେ ଥାଏ। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ହୋଇଥାଏ। କଦଳୀକୁ ବିଭିନ୍ନ ଉପାୟରେ ମଧ୍ୟ ସେବନ କରି ପାରିବେ। କ୍ଷୀର ଓ କଦଳୀକୁ ପେଷି ଏହାକୁ ପିଇ ପାରିବେ।

ଫାଇବର, ଭିଟାମିନ୍ସ, ମିନେରାଲ୍ସର ଉତ୍ତମ ସ୍ରୋତ କଦଳୀ । ମାତ୍ର ଏହାକୁ ଖାଲିପେଟରେ କଦାପି ସେବନ କରନ୍ତୁ ନାହିଁ। କଦଳୀରେ ପୋଟାସିୟମ, ଫାଇବର ଓ ଭିଟାମିନ ବି-୬,ଭିଟାମିନ ସି ଭଳି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ଜଳଖିଆ ଖାଇବା ସମୟରେ କଦଳୀ ସେବନ କରିବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ।

ଥକ୍କାପଣ ଦୂର ହୋଇଥାଏ। କାର୍ଯ୍ୟ କଲେ ମଧ୍ୟ ହାଲିଆ ଅନୁଭବ ହୋଇନଥାଏ। ଜଳଖିଆରେ ଏହାର ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପ୍ରୋଟିନ୍‌‌ ମିଳିବା ସହ ଭୋକ ,ରକ୍ତରେ ଶର୍କରା ସ୍ତର ମଧ୍ୟ ସଠିକ୍‌‌ ରହିଥାଏ। ମାତ୍ର ଅଧିକ ପରିମାଣରେ କଦଳୀର ସେବନ କରନ୍ତୁ ନାହିଁ।