କଳା ପୋଷାକ ପିନ୍ଧି ପାଣ୍ଡିଆନ୍ ଗୋ-ବ୍ୟାକ୍ ନାରା ଦେଲେ କଂଗ୍ରେସ କର୍ମୀ

Aug 31, 2023 - 07:43
 3
କଳା ପୋଷାକ ପିନ୍ଧି ପାଣ୍ଡିଆନ୍ ଗୋ-ବ୍ୟାକ୍ ନାରା ଦେଲେ କଂଗ୍ରେସ କର୍ମୀ

ଧର୍ମଶାଳା: ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଧର୍ମଶାଳା ଗସ୍ତକୁ କଂଗ୍ରେସର ବିରୋଧ । ଗୋପବନ୍ଧୁ ଛକରେ ଏକାଠି ହେଲେ କଂଗ୍ରେସ କର୍ମୀ । କଳା ପୋଷାକ ପିନ୍ଧି ପାଣ୍ଡିଆନ୍ ଗୋ-ବ୍ୟାକ୍ ନାରା ଦେଇଥିଲେ କଂଗ୍ରେସ କର୍ମୀ । ୫-ଟି ସଚିବଙ୍କ ଆଜି ଯାଜପୁର ଜିଲ୍ଲାର ବଡ଼ଚଣା ଓ ଧର୍ମଶାଳା ଅଂଚଳ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ପ୍ରଥମେ ଚଣ୍ଡିଖୋଲ ମହାବିନାୟକ ମନ୍ଦିର ପରିଦର୍ଶନ କରିବା ସହ ଜନ ଅଭିଯୋଗ ଶିବିରରେ ଅଭିଯୋଗ ଗ୍ରହଣ କରିବେ । ଏହା ପରେ ଜାରକା ମହୋତ୍ସବ ପଡ଼ିଆରେ ଆୟୋଜିତ ଏକ ସଭାରେ ଯୋଗଦେବେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ।