‘ନାକ୍’ ‘ଏ’ ଗ୍ରେଡ୍ ମାନ୍ୟତାରେ ଫକୀରମୋହନ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ମିଳିଛି ଜାତୀୟ ମୂଲ୍ୟାୟନ ଓ ଅଧିସ୍ୱୀକୃତି ପରିଷଦ ବା ‘ନାକ୍’ ‘ଏ’ ଗ୍ରେଡ୍ ମାନ୍ୟତା । ସିଜିପିଏରେ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଓଡ଼ିଶାର ଅନ୍ୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇଛି । ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ୩.୧୮ ସିଜିପିଏ ମିଳିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୩.୧୬ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ୩.୧ ସିଜିପିଏ ମିଳିଛି ।
ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ‘ବି’ ଗ୍ରେଡ୍ ନାକ୍ ମାନ୍ୟତା ମିଳିଛି । ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ ଗତ ୧୨ ତାରିଖରେ ଆସିଥିଲେ । ଗସ୍ତ ପରେ ଟିମ୍ ଗୁଣାତ୍ମକ ଶିକ୍ଷାଦାନ ପ୍ରଣାଳୀ ଓ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିପାରିଥିବାରୁ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍ ‘ଏ’ ଗ୍ରେଡ୍ ମାନ୍ୟତା ପ୍ରଦାନ କରିଛି ।୭ଟି ବିଭାଗରେ ମୂଲ୍ୟାଙ୍କନ ହୋଇଥିବା ବେଳେ ସବୁଥିରେ ବିଶ୍ୱବିଦ୍ୟାଳୟ ଉନ୍ନତ ପ୍ରଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଛି ।