ଭାରତୀୟ ରେଳ ବିଭାଗକୁ ମିଳିଛି ପ୍ରଥମ ମହିଳା ସିିିଇଓ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗକୁ ମିଳିଛି ପ୍ରଥମ ମହିଳା ସିିିଇଓ। ଜୟା ବର୍ମା ସିଂହ ଭାରତୀୟ ରେଳ ବିଭାଗର ପ୍ରଥମ ମହିଳା ସିିିଇଓ ଭାବେ ନିଯୁକ୍ତି ପାଇଛନ୍ତି। ଆଜି ତାଙ୍କୁ ରେଳ ବୋର୍ଡର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତି ଦିଆଯାଇଛି। ସେ ଅନୀଲ କୁମାର ଲାହତିଙ୍କ ସ୍ଥାନରେ ସିିିଇଓ ଭାବେ କାମ କରିବେ।
ଜୟା ପ୍ରଥମ ମହିଳା ଭାବେ ରେଲବାଇ ବୋର୍ଡର ଅଧ୍ୟକ୍ଷ ହେବାର ଗୌରବ ହାସଲ କରିଛନ୍ତି। ସେ ଏବେ ରେଳ ବୋର୍ଡର ଟ୍ରାଫିକ୍ ଓ ଅପରେସନ ବିଜନେସ୍ ଡେଭଲପମେଣ୍ଟ ବିଭାଗରେ କାର୍ୟ୍ୟରତ ଅଛନ୍ତି। ସେ ନିକଟରେ ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଟ୍ରାଜେଡିର ଜଟିଳ ସିଗନାଲ୍ ସିଷ୍ଟମକୁ ଦେଶବାସୀଙ୍କୁ ବୁଝାଇଥିଲେ। ଏହାପରେ ସେ ବେଶ ଚର୍ଚ୍ଚାକୁ ଆସିଥିଲେ। ଜୟା ୨୦୨୩ ମସିହା ସେପ୍ଟେମ୍ବର ୧ରେ ଅର୍ଥାତ ଆସନ୍ତାକାଲି ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କ କାର୍ୟ୍ୟକାଳ ୨୦୨୪ ମସିହା ଅଗଷ୍ଟ ୩୧ ପର୍ୟ୍ୟନ୍ତ ରହିବ। ଏହାପରେ ଏହାକୁ ଦରକାର ପଡ଼ିଲେ ବୃଦ୍ଧି ମଧ୍ୟ କରାଯାଇ ପାରିବ।