ଉତକେଲାକୁ ଆରମ୍ଭ ହେଲା ବିମାନସେବା

Aug 31, 2023 - 07:47
 1
ଉତକେଲାକୁ ଆରମ୍ଭ ହେଲା ବିମାନସେବା

କଳାହାଣ୍ଡି:  କଳାହାଣ୍ଡିବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ଏବେ ଉଡ଼ାଣ ଭରିବାର ସ୍ବପ୍ନ ହେଲା ସାକାର । ଆଜିଠୁ ଉତକେଲାକୁ ଆରମ୍ଭ ହେଲା ବିମାନସେବା । ଭର୍ଚୁଆଲ ମୋଡରେ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।  

ଭୁବନେଶ୍ବର ଏୟାରପୋର୍ଟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଦେଖାଇ ଶୁଭାରମ୍ଭ କରୁଥିବାବେଳେ, ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଟୁକୁନି ସାହୁ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର ଉତ୍କେଲାରେ ଉପସ୍ଥିତ ଥିଲେ । 

ଏନେଇ ଜିଲ୍ଲାସାରା ଖୁସିର ଲହର ଖେଳି ଯାଇଛି । କେନ୍ଦ୍ର ସରକାର ଉଡାନ୍ ଯୋଜନା ଅଧୀନରେ ସଂରକ୍ଷିତ ଏବଂ ଅଣସଂରକ୍ଷିତ ବିମାନ ବନ୍ଦରଗୁଡିକର ପୁନରୁଦ୍ଧାର କରୁଛନ୍ତି । ଏଥିରେ ଉତକେଲା ବିମାନବନ୍ଦର ବିକାଶ କରାଯାଇଛି ।