କେନ୍ଦ୍ରକୁ ହେଲିକେପ୍ଟର ମାଗିଲା ଓଡ଼ିଶା

ଭୁବନେଶ୍ବର : ରାଜ୍ୟରେ ନକ୍ସଲ ମୁକାବିଲା ପାଇଁ କେନ୍ଦ୍ରକୁ ହେଲିକପ୍ଟର ମାଗିଛି ଓଡ଼ିଶା । ନକ୍ସଲ ଦମନ ପାଇଁ ହେଲିକପ୍ଟରର ଆବଶ୍ୟକତା ଥିବା କେନ୍ଦ୍ରରେ ଦାବି ରଖିଛି ଓଡିଶା। ଟେଲି ଯୋଗାଯୋଗ ସହ ଅଧିକ ସଂଖ୍ୟାରେ ମୋବାଇଲ ଟାୱାର ବସାଇବାକୁ କହିଛି ଓଡ଼ିଶା । ମାଲକାନଗିର ଜିଲ୍ଲାରେ ସଡ଼କ ଯୋଗାଯୋଗର ବିକାଶ ଏବଂ ଗୁରୁପ୍ରିୟା ସେତୁ ନିର୍ମାଣ ଦ୍ୱାରା ଲୋକଙ୍କ ଜୀବନଧାରା ବଦଳିଛି । ଅନେକ ମାଓବାଦୀ କାର୍ୟ୍ୟକଳାପ ଛାଡି ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି୍ । ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ କାର୍ୟ୍ୟ ଚାଲିଛି । ଆଗାମୀ ଦିନରେ ଆହୁରି ଅଧିକ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାର ଦାବି କରିଛନ୍ତି । ନକ୍ସଲ ମୁକାବିଲା ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନ ନେଇଛି ଏବଂ ଆଗକୁ ମଧ୍ୟ ଆଗରେ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।
ପ୍ରକାଶ ଯେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ସୁରକ୍ଷା ସ୍ଥିତିକୁ ସମୀକ୍ଷା ପାଇଁ ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଓଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟର ପୁଲିସ ଡିଜି ଏବଂ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ ।
ଏହି ବୈଠକରେ ଓଡିଶାର ମାଓଦମନ ନିତିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାଜ୍ୟରେ ମାଓବାଦୀଙ୍କ କାର୍ୟ୍ୟକଳାପ ହ୍ରାସ ପାଇଛି । ଏହା କେବଳ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ । ତାଙ୍କର ମାଓଦମନ ରଣନୀତୀ ଯୋଗୁ ଓଡିଶାରେ ପୂର୍ବ ଅପେକ୍ଷା ମାଓ ପ୍ରବଣ ଜିଲ୍ଲା ଡ୍ରାସ ପାଇବା ସହ ମାଓ ହିଂସା ଦେଖିବାକୁ ମିଳୁନି ।