IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ଓଡିଶା ସରକାର

Oct 10, 2025 - 22:34
 7
IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ଓଡିଶା ସରକାର

ନବୀନ ଓଡିଶା ବ୍ଯୂର: ଭୁବନେଶ୍ୱର,୧୦।୧୦: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନ୍‌. ଥିରୁମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ନିଯୁକ୍ତ କରାଯାଇଛି। ମାନସୀ ନିମ୍ଭାଲ ଉଠା ଜଳସେଚନ ନିଗମର ଏମ୍‌ଡି ହୋଇଥିବା ବେଳେ ସୁରେନ୍ଦ୍ର କୁମାର ମୀନା ST/SC ବିକାଶ ବିଭାଗର ଅତିରିକ୍ତ ସଚିବ ଓ ଶୁଭଶ୍ରୀ ନନ୍ଦ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

ବିଏମ୍‌ସି କମିଶନର ଚଞ୍ଚଲ ରାଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗିରିଶ ଏସ୍‌.ଏନ୍‌ଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ, ପ୍ରେମଜିତ୍ ନାୟକଙ୍କୁ ST ବିଭାଗର ନିର୍ଦ୍ଦେଶକ, ଦୀପଙ୍କର ମହାପାତ୍ରଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ପ୍ରଣତି ଛୋଟରାୟଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ, ନିବେଦିତା ପୃଷ୍ଟିଙ୍କୁ ବୟନିକାର ଏମ୍‌ଡି, ମଧୁସ୍ମିତା ସାମଲଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଏବଂ ସଞ୍ଜୟ ବିଶ୍ୱାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏହାସହ ବରିଷ୍ଠ ଓଏଏସ ଅଧିକାରୀ କାହ୍ନୁଚରଣ ଧୀରଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।