ବିଷାକ୍ତ ଖାଦ୍ୟ ଖାଇ ୧୧ ଅସୁସ୍ଥ

Sep 21, 2023 - 05:46
 4
ବିଷାକ୍ତ ଖାଦ୍ୟ ଖାଇ ୧୧ ଅସୁସ୍ଥ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ନନ୍ଦିପଦା ଥାନା ଅମୃତପୁର ଗାଁରେ ବିଷାକ୍ତ ଖାଦ୍ୟ ଖାଇ ୧୧ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ , ୩ଜଣ ମହିଳା ଓ ୬ଜଣ ଶିଶୁ ଅଛନ୍ତି । 

ଗତକାଲି ଗାଁ ର ଅନନ୍ତ ନାରାୟଣ ଦାସଙ୍କ ପରିବାର ଚିକେନ୍ ଆଣି ରାନ୍ଧି ଖାଇବାର କିଛି ସମୟପରେ ଜଣଙ୍କପରେ ଜଣେ ଅସୁସ୍ଥ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।