ଗୃହ ନିର୍ମାଣକୁ ନେଇ ବାସ୍ତୁ ନିୟମ

Aug 22, 2023 - 13:19
 3
ଗୃହ ନିର୍ମାଣକୁ ନେଇ ବାସ୍ତୁ ନିୟମ

ଆପଣ ବାସ୍ତୁଶାସ୍ତ୍ରକୁ ବିଶ୍ୱାସ କରନ୍ତ କି? ଯଦି ହଁ , ତେବେ ବାସ୍ତୁ ଅନୁସାରେ  ପୂଜା ଗୃହର ଏକ ମହତ୍ତ୍ୱପୂର୍ଣ୍ଣ ଏବଂ ପବିତ୍ର କୋଣ ରହିଛି ।  ପୂଜା ଗୃହକୁ ଘରର ଉତ୍ତର ପୂର୍ବ ଦିଗରେ ତିଆରି କରନ୍ତୁ । ଏହା ଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଏ ।  କୁହାଯାଏ କି ବାସ୍ତୁ ପୁରୁଷ ଯେତେବେଳେ ଧରିତ୍ରୀ ଉପରେ ପଡ଼ିଥିଲେ ତାଙ୍କର ମୁଣ୍ଡ ଉତ୍ତର ପୂର୍ବ ଦିଗରେ ରହିଥିଲା । ଏହି ଦିଗରେ ସୂର୍ୟ୍ୟଙ୍କ କିରଣ ମଧ୍ୟ ଘରର ବାତାବରଣକୁ ସୁଦ୍ଧ ରଖିଥାଏ । ବାସ୍ତୁ ଅନୁସାରେ ପୂଜା ଗୃହ ତିଆରି କରିବା ଦ୍ୱାରା ଅନେକ ପ୍ରକାର ସୁଫଳ ମିଳିଥାଏ । ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ପୂଜା ଘର ତିଆରି କରନ୍ତୁ ନାହିଁ । ନଚେତ୍‌ ଏହାଦ୍ୱାରା ନକରାତ୍ମକ ଶକ୍ତି ଘରକୁ ଆସିଥାଏ ।  ପୂଜା ଗୃହକୁ କେବେ ହେଲେ ଅନ୍ଧାର ରଖନ୍ତୁ ନାହିଁ ।  ଅନ୍ଧାର ରହିବା ଦ୍ୱାରା ଖରାପ ଶକ୍ତି ପ୍ରବେଶ କରିବା ସହିତ ଘର ଉପରେ କୁପ୍ରଭାବ  ପଡ଼ିଥାଏ । ତେଣୁ ପୂଜା ଗୃହରେ ଆଲୁଅ ନହେଲେ ସବୁବେଳେ ଦୀପଟିଏ ଜାଳି ରଖନ୍ତୁ । ମନେରଖିବେ ଠାକୁରଙ୍କ ଫଟୋକୁ ଶୋଇବା ଘରେ ରଖନ୍ତୁ ନାହିଁ । କାରଣ ଶୋଇବା ଘରେ ମୁଖ୍ୟତଃ ଆରାମ କରାଯାଇଥାଏ । ଏହାଛଡା ପୂଜା ଗୃହ ଆଖପାଖରେ ଶୈାଚାଳୟ ରଖନ୍ତୁ ନାହିଁ । ଏହା କରିଲେ ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ ।