ଚା’ସହ ପରଟା ବାରମ୍ବାର ଖାଉଥିଲେ, ସାବଧାନ୍‌ 

Aug 22, 2023 - 13:22
 4
ଚା’ସହ ପରଟା ବାରମ୍ବାର ଖାଉଥିଲେ, ସାବଧାନ୍‌ 

ସକାଳ ହେଉ କି ସନ୍ଧ୍ୟା । ଜଳଖିଆ ଖାଇବାକୁ ଭାରି ଭଲ ଲାଗିଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ସମୟରେ ଚା’ ସହ ପରଟା ଖାଇବାକୁ ପସନ୍ଦ କରିଥାଆନ୍ତି । ଏହା ଖାଇବାକୁ ସ୍ୱାଦିଷ୍ଟ ବି ଲାଗିଥାଏ । କିନ୍ତୁ ଆପଣ ଭାବି ମଧ୍ୟ ନଥିବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଆଞ୍‌ଗା  ହଁ ଆପଣଙ୍କୁ ଯଦି ଚା’ ସହ ପରଟା ଖାଇବାକୁ ପସନ୍ଦ ଓ ନିୟମିତ ରୂପରେ ଏହାକୁ ଖାଉଛନ୍ତି , ତେବେ ଏହା ସ୍ୱାସ୍ଥ୍ୟ ପ୍ରତି ହାନି ପହଁଚାଇଥାଏ ।  । 
ଏହାଦ୍ୱାରା କୋଲେଷ୍ଟେରୋଲ୍‌ ସମସ୍ୟା ସୃଷ୍ଟି ହୁଏ । ପରଟାରେ ଥିବା ଫ୍ୟାଟ୍‌ ଶରୀରରେ କୋଷ୍ଟ୍ରେଲ ସ୍ତରକୁ ବୃଦ୍ଧି କରିଥାଏ । ତେଣୁ ଏହାକୁ ନିୟମିତ ସେବନ କଲେ ମୋଟାପଣ ବା ମେଦ ବହୁଳତାର ସମସ୍ୟା ସୃଷ୍ଟି ହୁଏ । ଏହାଛଡା ଯଦି ଆପଣ ଜଳଖିଆରେ ଚା’ ସହ ପରଟା ଏକାଧିକ ବାର ଖାଉଛନ୍ତି ତେବେ  ମଧୁମେହ ହେବାର ସମ୍ଭାବନା ଅଧିକ ।ଏ । ଏହା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଏ ଓ ଏସିଡିଟି ସମସ୍ୟା ସୃଷ୍ଟି ହୁଏ । ଏହା ସହ ବଦହଜମି ଓ ପାଚନ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରେ ଏବଂ ଶରୀରରେ ଆଇରନର ଅଭାବ ହୋଇଥାଏ । କାରଣ ଅନ୍ୟ ଖାଦ୍ୟରୁ ସଠିକ୍‌ ଭାବେ ଆଇରନ ଅବଶୋଷଣ ହୋଇ ପାରିନଥାଏ । ତେଣୁ ଚା’ ସହ ପରଟା ଖାଇବା ଉଚିତ୍‌ ନୁହେଁ । ଆପଣ ଯଦି ଏନିମିଆ ରୋଗୀ ତେବେ ଚା’ ସହ ପରଟା ଆଦୌ ଖାଆନ୍ତୁ ନାହିଁ । ।