ଝୁଲନ୍ତା ଅବସ୍ଥାରେ ହାଉସ ସର୍ଜନଙ୍କର ମୃତ ଦେହ ଉଦ୍ଧାର

ବାରିପଦା: ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜର ହଷ୍ଟେଲ ରୁମ୍ରୁ ଝୁଲନ୍ତା ଅବସ୍ଥାରେ ଜଣେ ହାଉସ ସର୍ଜନଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଡାକ୍ତରଙ୍କ ନାଁ ସଚିନ ସାହୁ । ତାଙ୍କ ଘର କେନ୍ଦୁଝରରେ । ସଚିନ ସାହୁ ଡାକ୍ତରୀ ପାଠପଢା ଶେଷ କରିବା ପରେ ହାଉସ ସର୍ଜନ ଭାବରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ଆଜି ସକାଳେ ମେଡିକାଲର ସର୍ଜରୀ ୱାର୍ଡରେ ନିଜ କାର୍ଯ୍ୟ ଶେଷ କରି ସେ ହଷ୍ଟେଲକୁ ଫେରି ତାଙ୍କ ରୁମ୍ରେ ବିଶ୍ରାମ ନେଉଥିଲେ । ତେବେ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କିଛି ଡାକ୍ତରୀ ଛାତ୍ର କବାଟ ଭାଙ୍ଗି ଦେଇଥିଲେ । କବାଟ ଭାଙ୍ଗିବା ପରେ ସେମାନେ ଡାକ୍ତର ସଚିନ ସାହୁଙ୍କୁ ତାଙ୍କ ରୁମ୍ରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।