ବିଜେପିକୁ ବଡ଼ ଝଟକା: ଦଳ ଛାଡ଼ିଲେ ବିଧାୟକ ଟି ରାଜା

ନବୀନ ଓଡିଶା ବ୍ଯୂର:ତେଲଙ୍ଗାନାରେ ବିଜେପିକୁ ବଡ଼ ଝଟକା ଲାଗିଛି। ଗୋଶମହଲ ବିଧାୟକ ଟି ରାଜା ସିଂହ ଆଜି ବିଜେପିକୁ ବାଏବାଏ କହିଛନ୍ତି। ତେଲଙ୍ଗାନା ବିଜେପି ସଭାପତି ଭାବେ ରାମଚନ୍ଦ୍ର ରାଓଙ୍କୁ ଦଳ ନିଯୁକ୍ତି ଦେବାକୁ ଯାଉଥିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଟି ରାଜା ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ତେଲଙ୍ଗାନା ବିଜେପି ମୁଖ୍ୟ ଭାବେ କାମ କରୁଥିବା ଜି କିଷନ ରେଡ୍ଡୀଙ୍କ ନିକଟକୁ ଟି ରାଜା ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ବିଜେପି ହାଇକମାଣ୍ଡ ଲକ୍ଷଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ସହ ଧୋକା କରିଥିବା ସେ ବେଶ କ୍ଷୋଭର ସହ କହିଛନ୍ତି।
ଟି ରାଜା କହିଛନ୍ତି, “ଏପରି ନିଷ୍ପତ୍ତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହା କେବଳ ମୋ ପାଇଁ ନୁହେଁ, ବରଂ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା, ନେତା ଓ ବିଜେପିକୁ ଭୋଟ ଦେଇଥିବା ଲୋକଙ୍କ ପାଇଁ ଗୋଟିଏ ଅପ୍ରତ୍ୟାଶିତ ଘଟଣା। ବିଜେପିର ପ୍ରଥମ ସରକାର ଗଠନ ପାଇଁ ତେଲଙ୍ଗାନା ପ୍ରସ୍ତୁତ ହୋଇ ରହିଥିଲା। କିନ୍ତୁ ଭୁଲ ନେତୃତ୍ୱ ଚୟନ ଏହାକୁ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି।