ସିଝା ଚିକେନ୍‌‌ ଖାଉଛନ୍ତି କି? ଜାଣନ୍ତୁ

Sep 4, 2023 - 13:16
 8
ସିଝା ଚିକେନ୍‌‌ ଖାଉଛନ୍ତି କି? ଜାଣନ୍ତୁ

ଚିକେନ୍‌‌ର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ସଭିଁଙ୍କୁ ଜଣା। ଅଧିକାଂଶ ଲୋକଙ୍କୁ ଚିକେନ୍‌‌ ଖାଇବା ବେଶ ପସନ୍ଦ। ଚିକେନକୁ ନେଇ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଏ। ଚିକେନ୍‌‌ ସୁପ୍‌‌, କଷା ଆଦି। ମାତ୍ର ମସଲା ବ୍ୟବହାର କରି ପ୍ରସ୍ତୁତ କରିବା ଅପେକ୍ଷା ଏହାକୁ ସିଝାଇ ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ। ଜାଣନ୍ତୁ..


ଚିକେନ ତରକାରୀ ଓ ଚିକେନ କଷା ଆଦି ହଜମ ହେବାକୁ ଅଧିକ ସମୟ ଲାଗି ଥାଏ। ଏହାସହ ଏଥିରେ ମସଲା ଓ ତେଲ ଭରପୁର ମାତ୍ରାରେ ଥିବାରୁ ଅତ୍ୟଧିକ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ସିଝା ଚିକେନ୍‌‌ ସପ୍ତାହକୁ ୩ ରୁ ୪ଥର ଖାଇଲେ ମଧ୍ୟ ଏହା ସହଜରେ ହଜମ ହୋଇଥାଏ। ସ୍ୱାସ୍ଥ୍ୟର କ୍ଷତି ହୋଇନଥାଏ।

ଚିକେନ୍‌‌ ପ୍ରୋଟିନ୍‌‌ର ଏକ ଉତ୍ତମ ସ୍ରୋତ। ପ୍ରୋଟିନ ହାଡକୁ ମଜଭୂତ କରିବାରେ ସହାୟକ ହୋଇଥାଏ। ମାତ୍ର ଅଧିକ ତେଲ ଓ ମସଲା ଥିବା ଚିକେନ୍‌‌ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ନିୟମିତ ଖାଦ୍ୟରେ ସିଝା ଚିକେନ୍‌‌ ସାମିଲ କରିବା ଦ୍ୱାରା ହାଡ ମଜଭୂତ ହୋଇଥାଏ। ପନିପରିବା ସହ ଅଳ୍ପ ପରିମାଣରେ ସିଝା ଚିକେନ୍‌‌ରେ ସାମାନ୍ୟ ଲୁଣ ଓ ଗୋଲମରିଚ ଗୁଣ୍ଡ ବ୍ୟବହାର କରି ସେବନ କରି ପାରିବେ।

ଚିକେନ୍‌‌ରେ ଶକ୍ତି ବୃଦ୍ଧି କରୁଥିବା ପୋଷକ ତତ୍ତ୍ୱ ରହିଛି। ଏହା ଭିଟାମିନ ବି୬, ଭିଟାମିନ ବି-୧୨ ଏକ ଉତ୍ତମ ସ୍ରୋତ। ଏହାସହ ଏଥିରେ ଆଇରନ ଓ ଜିଙ୍କ୍‌‌ ଭଳି ଖଣିଜ ତତ୍ତ୍ୱ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ସିଝା ଚିକେନ୍‌‌ ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍ର ଅଭାବ ଦୂର ହୋଇଥାଏ।

ସିଝା ଚିକେନ୍‌‌ ଖାଇବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ। ଚିକେନ୍‌‌କୁ ସିଝାଇବା ଦ୍ୱାରା ଏଥିରେ ଥିବା ଫ୍ୟାଟ୍‌‌ ଓ ତେଲ ନିର୍ଗତ ହୋଇଯାଏ। ଏଥିରେ ମସଲା ଓ ତେଲ ବ୍ୟବହାର ହେଉନଥିବାରୁ ଓଜନ ବୃଦ୍ଧି ହୋଇନଥାଏ।