୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହୋଇପାରେ ଜନଗଣନା…

Jun 5, 2025 - 17:13
 1
୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହୋଇପାରେ ଜନଗଣନା…

ନବୀନ ଓଡିଶା ବ୍ଯୂର: ନୂଆଦିଲ୍ଲୀ: ଭାରତରେ ଆଗାମୀ ଜନଗଣନା ୨୦୨୭ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ, ଏହି ଜନଗଣନା ୨୦୨୭ ମସିହାରୁ ଆରମ୍ଭ ହୋଇ ୨୦୨୮ ପର୍ଯ୍ୟନ୍ତ ଚାଲିପାରେ। ଏହା ପୂର୍ବରୁ ୨୦୨୧ରେ ଜନଗଣନା ହେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା।ଏହି ଜନଗଣନାରେ ଜାତିଗତ ତଥ୍ୟ ସଂଗ୍ରହ କରାଯିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୧୯୪୧ ପରେ ଏହା ହେଉଛି ପ୍ରଥମ ଜାତିଗତ ଜନଗଣନା, ଯାହାର ତଥ୍ୟ ୨୦୨୮ ଶେଷ ସୁଦ୍ଧା ପ୍ରକାଶ ପାଇପାରେ।

ଓଡ଼ିଶାରେ ଏହି ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଖିଲ ପବନ କଲ୍ୟାଣଙ୍କୁ ସେନସସ୍‌ ଅପରେସନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ଡିଓପିଟି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି।ଜନଗଣନା ପରେ ଲୋକସଭା ଓ ବିଧାନସଭା ଆସନଗୁଡ଼ିକର ପରିସୀମନ ମଧ୍ୟ କରାଯାଇପାରେ, ଯାହା ୨୦୨୮ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହା ପରେ ୨୦୨୯ରୁ ନୂଆ ଆସନ ବିଭାଜନ ଅନୁସାରେ ନିର୍ବାଚନ ହେବାର ସମ୍ଭାବନା ରହିଛି।