କେଶ ସଫା ପାଇଁ ନିୟମ

hair wash

Aug 17, 2023 - 06:03
 4
କେଶ ସଫା ପାଇଁ ନିୟମ

ଦୈନନ୍ଦିନ ଜୀବନରେ ହେଉଥିବା ଅନେକ କାର୍ଯ୍ୟ ପାଇଁ ନିୟମ ପାଳନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ସୋମବାର ଓ ମଙ୍ଗଳବାର ଦିନ ସଧବା ମହିଳାମାନେ କେଶ ସଫା କରିବା ଉଚିତ ନୁହେଁ। ବୁଧବାରରେ ସଧବା ମହିଳା, କୁଆଁରୀ କନ୍ୟା, ପୁରୁଷ ସମସ୍ତେ କେଶ ସଫା କରି ପାରିବେ। ଗୁରୁବାର କେହି ମଧ୍ୟ କେଶ ସଫା କରିବା ଉଚିତ ନୁହେଁ। ଏହି ଦିନ କେଶ ଧୋଇବା ଦ୍ୱାରା ଆୟୁ ହ୍ରାସ ହୋଇଥାଏ ବୋଲି କୁହାଯାଏ

ଶୁକ୍ରବାର କେଶ ଧୋଇବା ସବୁଠାରୁ ଶୁଭ ବୋଲି କୁହାଯାଏ। ଏହି ଦିନ କେଶ ସଫା କଲେ ମା’ଲକ୍ଷ୍ମୀ ଓ ଶୁକ୍ରଦେବଙ୍କ କୃପା ମିଳିଥାଏ। ଶନିବାର ଦିନ ମଧ୍ୟ ସଧବା ମହିଳା ମାନେ କେଶ ସଫା କରିବା ଉଚିତ ନୁହେଁ। ରବିବାର ଦିନ ମଧ୍ୟ ସଧବା ମହିଳାମାନେ କେଶ ସଫା କରିବା ଉଚିତ ନୁହେଁ।