ବିଶ୍ୱ ରେକର୍ଡ କଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

May 15, 2025 - 10:57
 2
ବିଶ୍ୱ ରେକର୍ଡ କଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ନବୀନ ଓଡିଶା ବ୍ଯୂର:15/05/2025:ଭାରତୀୟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଐତିହାସିକ ରେକର୍ଡ କରିଛନ୍ତି। କ୍ରିକେଟ ଇତିହାସରେ ସେ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। କେହି କେବେ କଳ୍ପନା କରି ନଥିବା ରେକର୍ଡ ଜାଡେଜା ହାସଲ କରିପାରିଛନ୍ତି। ସେ ବିଶ୍ୱର ଏକମାତ୍ର କ୍ରିକେଟର ଯିଏ ଦୀର୍ଘ ସମୟ ଧରି ଆଇସିସି ଟେଷ୍ଟ ଅଲରାଉଣ୍ଡରର ୧ନଂ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି।

ଦୀର୍ଘ ୧୧୫୧ ଦିନ ହେଲା ଜାଡେଜାଙ୍କୁ କେହି ବି ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରୁ ହଟାଇବାକୁ ସକ୍ଷମ ହୋଇ ନାହାନ୍ତି। ଏପରି ବିରଳ କୀର୍ତ୍ତିମାନ ପୂର୍ବରୁ ବିଶ୍ୱର କୌଣସି କ୍ରିକେଟର କେବେ ହେଲେ ହାସଲ କରି ନଥିଲେ। ଷ୍ଟାର ସ୍ପିନର ଓ ଭାରତୀୟ ଟିମର ଭରସାଯୋଗ୍ୟ ନିମ୍ନକ୍ରମ ବ୍ୟାଟର ଚଳିତ ସପ୍ତାହରେ ମଧ୍ୟ ଆଇସିସି ପକ୍ଷରୁ ଜାରି ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରେ ଅତୁଟ ରହିଛନ୍ତି।

ଦୀର୍ଘ ୧୧୫୧ ଦିନ ଧରି ୧ନଂ ସ୍ଥାନରେ ରହିବା ଟେଷ୍ଟ କ୍ରିକେଟରେ ଜାଡେଜାଙ୍କ ଦବଦବା ଓ ସ୍ଥିରତାକୁ ପ୍ରଦର୍ଶିତ କରିଛି। ବ୍ୟାଟିଂ ପାଇଁ ଆଦୌ ଉପଯୁକ୍ତ ନଥିବା ପିଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧ ଶତକ ହାସଲ କରିବା ଠାରୁ ଟର୍ଣ୍ଣିଂ ଟ୍ରାକରେ ୫ ୱିକେଟ ଦଖଲ କରିବା ୩୬ ବର୍ଷୀୟ ଜାଡେଜାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଖାସ ଏହି କାରଣ ପାଇଁ ସେ ଭାରତୀୟ ଟେଷ୍ଟ ଟିମର ମେରୁଦଣ୍ଡ ହୋଇ ରହିଛନ୍ତି।