ରାଜ୍ୟରେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Oct 6, 2023 - 15:37
 5
ରାଜ୍ୟରେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର  ।  ସେ କହିଛନ୍ତି, ଏବେ ସୁଦ୍ଧା ସ୍କ୍ରବ୍‌ ଟାଇଫସ୍‌ରେ ୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି  । ୨୦ ହଜାରରୁ ଅଧିକ ଟେଷ୍ଟ ହୋଇଛି  । କେନ୍ଦ୍ରୀୟ ଟିମ୍‌ ଓଡିଶା ଗସ୍ତରେ ଆସି ୪ଟି ଜିଲ୍ଲାରେ ଅନୁଧ୍ୟାନ କରି ଫେରିଛନ୍ତି  । ଓଡିଶା ସରକାରଙ୍କ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିଛନ୍ତି  । ସ୍କ୍ରବ୍‌ ଟାଇଫସ୍‌ ହେଲେ ଜ୍ୱର ହେବା ସହ ପୋକ କାମୁଡିଥିବା ସ୍ଥାନରେ ଘା’ ସୃଷ୍ଟି ହୋଇଥାଏ  । ଏଥିପାଇଁ କେଉଁ ମେଡିସିନ ରୋଗୀଙ୍କୁ ଦିଆଯିବ ତାହା ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୨୪ ଘଣ୍ଟାରେ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୮ ନମୁନା ପରୀକ୍ଷାରୁ ୨୫ଜଣଙ୍କ ପଜିଟିଭ ରିପୋର୍ଟ ଆସିଛି । ଏଥିସହ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ କୁ ବୃଦ୍ଧି ହୋଇଛି ।