ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି ସ୍କୁଟର ଯୋଜନା : ମୁଖ୍ୟମନ୍ତ୍ରୀ

Oct 11, 2023 - 09:51
 4
ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି ସ୍କୁଟର ଯୋଜନା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକସେବା ଭବନରେ ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଯେ, ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ। ମାଆମାନେ ଭଲ କାମ କରୁଛନ୍ତି। ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତି। ଗତି ହିଁ ଶକ୍ତି, ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି। ୧୫ ହଜାର ମାଆ ପାଇଛନ୍ତି ସ୍କୁଟର। ଆଗକୁ ଆଉ ୨ ଲକ୍ଷ ମାଆ ସ୍କୁଟର ପାଇବେ। ମିଶନଶକ୍ତି ସ୍କୁଟର ଯୋଜନାରେ ୫୨୮ କୋଟି ଟଙ୍କାର ସୁଧ ଋଣ ଛାଡ଼ ହେବ। ଏଣେ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏହି କାର୍ଯ୍ୟକ୍ରମରେ କହିଛନ୍ତି, ଏହା ଏକ ଏକ ଯୁଗାନ୍ତକାରୀ ପଦକ୍ଷେପ। ସ୍କୁଟର ମାଆମାନଙ୍କ ପାଇଁ ଏକ ପ୍ରତୀକ। 

୨୦୦୧ ମସିହାରୁ ଓଡ଼ିଶାର ମହିଳାଙ୍କ ପାଇଁ ଅତୁଳନୀୟ ସାମର୍ଥ୍ୟ ଆଣିଦେଇଛି ମିଶନ ଶକ୍ତି । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ୍‌ ଶକ୍ତି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ସଙ୍ଗଠିତ ଓ ମଜବୁତ୍‌ କରିବା ଏହାର ମୂଳ ଲକ୍ଷ୍ୟ । ରାଜ୍ୟରେ ମିସନ ଶକ୍ତି ଅଧିନରେ ପ୍ରାଥମିକସ୍ତରରେ ୩୦ହଜାର ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀକୁ ପଞ୍ଜିକୃତ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୬ଲକ୍ଷରୁ ଊଦ୍ଧ୍ୱର୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ଏହି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରାୟ ୮୦ଲକ୍ଷ ମହିଳା ସାମିଲ ହୋଇ ନିଜର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅଗ୍ରସର ହୋଇପାରିଛନ୍ତି।