କଂଗ୍ରେସର ପ୍ରାର୍ଥୀ ଘୋଷଣା: ମଧ୍ୟରେ ପ୍ରକାଶ, ଉତ୍ତରରେ ଅଶୋକ

Apr 19, 2024 - 14:44
 2
କଂଗ୍ରେସର ପ୍ରାର୍ଥୀ ଘୋଷଣା: ମଧ୍ୟରେ ପ୍ରକାଶ, ଉତ୍ତରରେ ଅଶୋକ

ନବୀନ ଓଡିଶା ବ୍ଯୂର:ଭୁବନେଶ୍ବର/ ଚନ୍ଦ୍ରଶେଖରପୁର: ଏଥର ମଧ୍ୟରୁ ଜୋରଦାର ଲଢ଼େଇ ହେବାକୁ ଯାଉଛି। ବିଜେଡିରୁ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେପିରୁ ଜଗନ୍ନାଥ ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳ କଂଗ୍ରେସ ପ୍ରକାଶ ଜେନାଙ୍କୁ ପ୍ରାର୍ଥୀ କରିଛି। ୨୦୦୩ ମସିହାରେ ବିଏମ୍‌ସିରେ କଂଗ୍ରେସରୁ କର୍ପୋରେଟର୍‌ ହୋଇଥିବା ପ୍ରକାଶ ପ୍ରଥମ ଥର ପାଇଁ ବିଧାୟକ ଭାବେ ଲଢ଼େଇ କରିବାକୁ ଯାଉଛନ୍ତି। ଦୁଇ ବର୍ଷ ତଳେ ହଠାତ୍‌ ବିଜେଡିରେ ଯୋଗ ଦେବା ଓ ତୁରନ୍ତ କଂଗ୍ରେସକୁ ଫେରି ଚର୍ଚ୍ଚାରେ ଥିବା ପ୍ରକାଶ ଦୀର୍ଘ ଦିନ ହେବ ସିଧାସଳଖ ରାଜନୀତିରେ ନଥିଲେ। ପୁଅ କର୍ପୋରେଟର ଭାବେ ଛିଡ଼ା ହୋଇ ହାରିବା ପରେ ସେ ରାଜନୀତିରୁ ଏକ ପ୍ରକାର ଦୂରରେ ଥିଲେ। ଏବେ କଂଗ୍ରେସ ବିଧାୟକ ପ୍ରା‌ର୍ଥୀ ଭାବରେ ଟିକେଟ୍‌‌ ଦେବା ପରେ ସେ ଉତ୍ସାହିତ ଅଛନ୍ତି। ‘ଧର୍ମ-ଅଧର୍ମର ଲଢ଼େଇ ହେବ’ ବୋଲି ସେ କହିଛନ୍ତି। ସେ କହିଛନ୍ତି, ୨୫ ବର୍ଷ ଧରି ବିଜେଡି ଲୋକଙ୍କ ପାଇଁ କିଛି କରିନାହିଁ, କେବଳ ନିଜ ଭୋଟ ଯୋଗାଡ଼ କରିବାକୁ ବ୍ୟବସ୍ଥା କରିଛି। ବିଜେପି ମଧ୍ୟ ବିଜେଡି ସହ ଭାଇ ଭାଇ ସମ୍ପର୍କରେ ରହିଛି। ଗୋଟିଏ ହେଲେ ସାଧାରଣ ସମସ୍ୟାକୁ ଉପସ୍ଥାପିତ କରିନାହିଁ। ସରକାରଙ୍କ ବିଫଳତା ନେଇ ଘର ଘର ବୁଲିବି ବୋଲି କହିଛନ୍ତି ଶ୍ରୀ ଜେନା।

ADVERTISEMENT