ଲକ୍ଷ୍ମୀପୁର ନିର୍ବାଚନୀ ପ୍ରଚାର ମଇଦାନରେ କାର୍ତ୍ତିକ ପାଣ୍ଡିଆନ

Apr 25, 2024 - 19:07
 5
ଲକ୍ଷ୍ମୀପୁର ନିର୍ବାଚନୀ ପ୍ରଚାର ମଇଦାନରେ କାର୍ତ୍ତିକ ପାଣ୍ଡିଆନ

ନବୀନ ଓଡିଶା ବ୍ଯୂର:କୋରାପୁଟ: ଲକ୍ଷ୍ମୀପୁର ନିର୍ବାଚନ ମଇଦାନରେ ଆଜି ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପ୍ରଚାର ଆରମ୍ଭରୁ ବିରୋଧୀଙ୍କ ଉପରେ ସେ ଜୋରଦାର ବର୍ଷିଛନ୍ତି। ନିର୍ବାଚନ ବେଳେ କେମିତି ବିରୋଧୀଙ୍କ ଭୋଟରଙ୍କ କଥା ମନେପଡେ ବୋଲି ଉଲ୍ଲେଖ କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି ‘‘କିଛି ଲୋକଙ୍କ ନିଦ ଭାଙ୍ଗିଯାଇଛି । ନିର୍ବାଚନ ବେଳେ ବଡ ବଡ ମିଠା କଥା କହିବେ । ନିର୍ବାଚନ ପରେ ସେମାନେ ଖୋଜିଲେ ବି ମିଳିବେନି । ଆପଣ ଯାହା ମାଗିଥିଲେ ତାହା ମିଳିଛି । ଏଇଟା ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି । ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି । ଶଙ୍ଖର ଚିହ୍ନ ହେଉଛି ବିକାଶ । ଆପଣଙ୍କ ସମସ୍ୟାକୁ ଜଣେ ଲୋକ ଦୂର କରିପାରିବେ । ସିଏ ହେଉଛନ୍ତି ନବୀନ ପଟ୍ଟନାୟକ’’ ।

ସେହିପରି BSKY କାର୍ଡକୁ ବି ଫୋକସ୍‌ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ  । ଗରିବଙ୍କ ସମ୍ମାନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ୍ ଦେଇଛନ୍ତି । ସେମାନେ ସ୍ୱାସ୍ଥ୍ୟ ସେବା ପାଉଛନ୍ତି । ହେଲେ ବିରୋଧୀ ବିଏସକେୱାଇ କାର୍ଡକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ସତର୍କ ରହିବେ । ଷଡ଼ଯନ୍ତ୍ରକାରୀଙ୍କଠାରୁ ସତର୍କ ରୁହନ୍ତୁ । ନରହିଲେ ସେମାନେ ବିଏସକେୱାଇ କାର୍ଡ ବନ୍ଦ କରିଦେବେ ବୋଲି ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି ପାଣ୍ଡିଆନ  ।