ୟୁନିଟ-୧ ଅଞ୍ଚଳରେ ଅନନ୍ତଙ୍କ ପ୍ରଚାର

Apr 26, 2024 - 21:54
 3
ୟୁନିଟ-୧ ଅଞ୍ଚଳରେ ଅନନ୍ତଙ୍କ ପ୍ରଚାର

ନବୀନ ଓଡିଶା ବ୍ଯୂର:ଭୁବନେଶ୍ବର: ବିଜେଡିର ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଆଜି ୱାର୍ଡ-୪୦ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ବାଚନୀ ପ୍ରଚାର କରିଛନ୍ତି। ସ୍ଥାନୀୟ କର୍ପୋରେଟର ଆସୀୟା ବେଗମ୍‌ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯକ୍ରମରେ ଶ୍ରୀ ଜେନା ୟୁନିଟ୍‌-୧ ସ୍ଥିତ ତାଟି ବିଜୁ ଆଦର୍ଶ କଲୋନିରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ସମଗ୍ର ୟୁନିଟ୍-୧ ଅଞ୍ଚଳ ପରିକ୍ରମା କରିଥିଲେ। ବିଧାୟକ ପ୍ରାର୍ଥୀଙ୍କ ସହ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ବି ଘରକୁ ଘର ବୁଲି ଭୋଟ୍ ମାଗିଥିଲେ। ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ସମସ୍ତ ବିଜେଡି କର୍ପୋରେଟର, ପୂର୍ବତନ କର୍ପେ‌ାରେଟର ଏବଂ ବିଜେଡିର ବହୁ ମହିଳା, ଯୁବ ଓ ଛାତ୍ର ନେତା ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ସେହିପରି ଆଜି ସକାଳେ ୟୁନିଟ-୩ ସ୍ଥିତ ମାଳି କଲୋନି ଅଞ୍ଚଳରେ ଦୁଇ ଅସହାୟ ବୃଦ୍ଧାଙ୍କ ଚଳପ୍ରଚଳରେ ସମସ୍ୟା ହେଉଥିବା ଜାଣିବା ପରେ ସେମାନଙ୍କୁ ଭେଟି ୱାକର ପ୍ରଦାନ କରିଥିଲେ।

ADV