ଆସିଲା ଦୀପାବଳି କଟକଣା: ଏଥର ମାତ୍ର ୨ ଘଣ୍ଟା ଫୁଟିବ ବାଣ,

Oct 15, 2025 - 14:56
 2
ଆସିଲା ଦୀପାବଳି କଟକଣା: ଏଥର ମାତ୍ର ୨ ଘଣ୍ଟା ଫୁଟିବ ବାଣ,

ନବୀନ ଓଡିଶା ବ୍ଯୂର: ଭୁବନେଶ୍ବର: ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି । ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ଜାରି କରାଯାଇଛି ।

ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା। ଅର୍ଥାତ କକେବଳ 2 ଘଣ୍ଟା ପାଇଁ ସମସ୍ତେ ବାଣ ଫୁଟାଇ ପାରିବେ । ଏହି ନିୟମକୁ ସମସ୍ତେ ମାନିବାକୁ ଅନୁରୋଧ କରାଯାଇଛି। ଯେଉଁମାନେ ଏଥିରେ ଖିଲାପ କରିବେ, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ଶାନ୍ତି କ୍ଷେତ୍ର ଯେମିତିକି ବଗିଚା,ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବର୍ଜିତ କରାଯାଇଛି । ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହିବେ ତାହା  ସବୁଜ ବାଣ ହିଁ ହୋଇଥିବ ।

ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦେଇନି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ କଟନ୍ କପଡ଼ା ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି ।

ତେବେ ଆମେ ଏଠାରେ ଆପଣଙ୍କୁ କହିରଖୁଛୁ ଯେ ସୁପ୍ରିମକୋର୍ଟ କେବଳ ସବୁଜ ବାଣକୁ ଫୁଟାଇବା ପାଇଁ ଅନୁମତି ଦେଇଛନ୍ତି ଏବଂ ଶବ୍ଦ-ସୃଷ୍ଟି କରୁଥିବା ବାଣର ଉତ୍ପାଦନ ଏବଂ ବିକ୍ରିକୁ ନିଷେଧ କରିଛନ୍ତି । ବାଣରେ ବେରିଅମ ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ବ୍ୟବହାରକୁ ସଂପୂର୍ଣ୍ଣ ବର୍ଜିତ କରାଯାଇଛି ।