ଆଜି ପ୍ରଫେସର ଗଣେଶୀ ଲାଲଙ୍କ କାର୍ୟ୍ୟକାଳ ସମାପ୍ତି

Oct 27, 2023 - 07:45
 5
ଆଜି ପ୍ରଫେସର ଗଣେଶୀ ଲାଲଙ୍କ  କାର୍ୟ୍ୟକାଳ ସମାପ୍ତି

ଭୁବନେଶ୍ୱର : ଆଜି ଓଡ଼ିଶା ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲଙ୍କ ସରୁଛି କାର୍ୟ୍ୟକାଳ । ୨୦୧୮ ମେ ୨୫ରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ ପ୍ରଫେସର ଗଣେଶୀ ଲାଲ୍ । ସେପଟେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ ତାରିଖ ଦିନ ଭୁବନେଶ୍ବରରେ ପହଞ୍ଚିବେ । ୩୦ ତାରିଖ ଦିନ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ୩୧ ତାରିଖରେ ନୂଆ ରାଜ୍ୟାପାଳ ଭାବେ ଦାୟିତ୍ବ ନେବେ ରଘୁବର ଦାସ । ତେବେ ବିଦାୟ ପୂର୍ବରୁ ପ୍ରଫେସର ଗଣେଶୀ ଲାଲଙ୍କୁ ଗତକାଲି ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।